ପ୍ରତ୍ୟେକ ମଣିଷ ଚାହିଁ ଥାଆନ୍ତି ତାଙ୍କ ଜୀବନ ସବୁବେଳେ ସୁଖ ଓ ସୁବିଧା ରେ ଚାଲି ଥାଉ । କିନ୍ତୁ ବିଧିର ବିଧାନ କୁ ବା କିଏ ସେ ଏଡାଇ ପାରିବ ସୁଖ ଅଛି ତ ନିଶ୍ଚିନ୍ତ ଦୁଃଖ ଆସିବ । ଏହା ଆମ ଉପରେ ନିର୍ଭର କରିଥାଏ ଯେ ସୁଖ ଅଛି ତ କିପରି ଆମେ ରହିବା ଓ ଦୁଃଖ ସମୟ ରେ ପରିସ୍ଥିତି ର କିଭଳି ମୁକାବିଲା କରିବା ।
ଆଚାର୍ଯ୍ୟ ଚାଣକ୍ୟ ଙ୍କ ର ନୀତିରେ ଅସୁବିଧା ସମୟରେ କିଭଳି ବ୍ୟବହାର କରିବା ଆବଶ୍ୟକ । ଯାହାକୁ ପାଳନ କରୁଥିବା ବ୍ୟକ୍ତି ଜୀବନ ରେ ଅସୁବିଧା ସମୟରେ କଦାପି ଡରିବା ଉଚିତ୍ ନୁହେଁ ଓ ଏହାର ସମାଧାନ ଖୋଜିବା ଜରୁରୀ । ତେବେ ଆସନ୍ତୁ ଜାଣିବା କଣ କହୁଛି ଚାଣକ୍ୟ ଙ୍କ ନୀତି ।
* ଅସୁବିଧା ସମୟରେ ଉପଯୁକ୍ତ ଉପଦେଶ , ଜ୍ଞାନ , ଅନୁଭବ ଓ ମନୋବଳ ଆପଣଙ୍କୁ ଶକ୍ତି ଯୋଗାଇ ଥାଆନ୍ତି । ଅସୁବିଧା ସମୟରେ ଏହିସବୁ ଜିନିଷ କୁ କଦାପି ଅଣଦେଖା କରିବା ଉଚିତ୍ ନୁହେଁ । ସଙ୍କଟ ଆସିଲେ କଦାପି ମସ୍ତିସ୍କ କୁ ବିଚଳିତ ହେବାକୁ ଦିଅନ୍ତୁ ନାହିଁ । ବିଚଳିତ ମସ୍ତିସ୍କ କଦାପି ଠିକ୍ ନିର୍ଣ୍ଣୟ ନେଇ ପାରେ ନାହିଁ । ନକାରାତ୍ମକ ଭାବନା କୁ ମନରେ ରହିବାକୁ ଦିଅନ୍ତୁ ନାହିଁ । ଅସୁବିଧା ସମୟରେ ସମସ୍ତେ ଆପଣଙ୍କ ଖରାପ ଚିନ୍ତା କରି ଥାଆନ୍ତି ତେଣୁ ଏଭଳି ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ।
* ସବୁବେଳେ ମନେ ରଖିଥିବେ ଯେ ଖରାପ ସମୟ ରୁ ବାହାରିବା ପାଇଁ ସବୁଠୁ ଜରୁରୀ ହେଲା ସାହସ ଓ ଏକତା । ଯଦି ଆପଣ ସଙ୍କଟ ସମୟରେ ଅହଂ ଭାବ ମନରେ ରଖିବେ ତେବେ ହାରିବା ସୁନିଶ୍ଚିତ ଅଟେ । କେବେବି ଯଦି ଗୋଟିଏ ବ୍ୟକ୍ତି ଏକୁଟିଆ ଲଢି ଥାଏ ତେବେ ତାର ଜିତିବା ଅସମ୍ଭବ ହୋଇଥାଏ କିନ୍ତୁ ଯଦି ପରିବାର ସହିତ କୌଣସି ଲଢେଇ କରେ ତେବେ ସୁନିଶ୍ଚିତ ବିଜୟ ହାସଲ କରିଥାଏ । ସବୁବେଳେ ସମସ୍ତଙ୍କୁ ସାଙ୍ଗରେ ନେଇ ଜୀବନ ରେ ଆଗକୁ ବଢିବା ଜରୁରୀ ।
* ସବୁବେଳେ ଆମେ ସତର୍କ ରହିବା ଜରୁରୀ । କାହିଁକି ନା ଏହି ସତର୍କତା ଆମକୁ ଜୀବନ ରେ ଆଗକୁ ବଢିବା ପାଇଁ ସୁଯୋଗ ଦେଇଥାଏ । କାହିଁକି ନା ଆମେ ଯଦି ସତର୍କ ନରହିବା ତେବେ ବାରମ୍ବାର ଭୁଲ କରି ଚାଲିବା । ଯାହାଦ୍ଵାରା ଆମେ ଅସୁବିଧାରେ ପଡ଼ିବା ।