Odisha news

ଧର୍ମଶାଳା କଳାପଥର ଖଣି ଅଞ୍ଚଳରେ ବାହାର ରାଜ୍ୟର ଶ୍ରମିକର ମୃତ୍ୟୂ : କାରଣ ଅସ୍ପଷ୍ଟ,ପୋଲିସ ନିରବ

0

ଚଣ୍ଡିଖୋଲ :  ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ତଥା ଜେନାପୁର ଥାନା ଅନ୍ତର୍ଗତ ରାହାଡପୁର ଡଙ୍କାରି ଖଣି ଅଞ୍ଚଳରେ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ସୁଚନା ମିଳିଛି! ମୃତ ଶ୍ରମିକ ଜଣକ ଆନ୍ଧ୍ରପ୍ରଦେଶ ଅନନ୍ତପୁରମ ଜିଲ୍ଲାର ୨/୬୨ ବି ସି କଲୋନୀ ଅନ୍ତିନିଦି କଲ୍ୟାଣଦୁର୍ଗା ଅଞ୍ଚଳର ବୋୟା ଥିପେସ୍ଵାମୀ(୫୨) ପି – ବୋୟା ମାରେନ୍ନା ବୋଲି ଜଣା ପଡ଼ିଛି! ଶ୍ରମିକ ଜଣକ ରହାଡପୁର ଓ ଡଙ୍କାରୀ ସିମା ବର୍ତ୍ତି ଅଂଚଳରେ ଅଚେତ୍ ଅବସ୍ଥାରେ ପଡିଥିବାର ଦେଖି କିଛି ଲୋକ ଆମ୍ବୁଲାନ୍ସ ଯୋଗେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ! ତେବେ ଡାକ୍ତର ତାକୁ ସେଠାରେ ମୃତ ଘୋଷଣା କରିଥିଲେ! ଜେନାପୁର ପୋଲିସ ସେଠାରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଛେଦ ନିମନ୍ତେ ବଡ଼ଚଣା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ!  ହେଲେ ଶ୍ରମିକ ଜଣକ ପଥରଖଣିରେ କାମ କରୁଥିଲା ବେଳେ ତା’ଳ ମୃତ୍ୟୁ ଘଟିଥିବା ସାଧାରଣରେ ଯୋରସୋର ଆଲୋଚନା ହେଉଥିଲେ ମଧ୍ୟ ପୋଲିସ ତାକୁ ନେଇ ଏବେ ସୁଦ୍ଧା କୌଣସି ତଦନ୍ତ କରିବାକୁ ଆଗ୍ରହ ପ୍ରକାଶ କରୁ ନଥିବା ଅଭିଯୋଗ ହୋଇଛି! ପୋଲିସ ତଦନ୍ତ ଆରମ୍ଭ ହେଉନଥିବାରୁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ! ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହି ପୋଲିସ ଚୁପ ରହିଛି! ତେବେ ଏହି ଅଞ୍ଚଳର ପଥର ଖଣି ଓ କ୍ରସର ଗୁଡିକରେ ଦୁର୍ଘଟଣା ଘଟି ବାରମ୍ବାର ଶ୍ରମିକ ମାନଙ୍କ ଅକାଳ ମୃତ୍ୟୁ ଘଟୁଥିଲେ ମଧ୍ୟ ତାହାକୁ ଭିନ୍ନ ରୁପ ଦିଆଯାଇ ଘଟଣାର ରଫାଦଫା କରାଯାଉଥିବା ଅଭିଯୋଗ ହେଉଛି! ଏହି ଘଟଣାରେ ଉପଯୁକ୍ତ ତଦନ୍ତ ହେଲେ ପ୍ରକୃତ ସତ୍ୟ ଫଦାକୁ ଆସିପାରନ୍ତା ବୋଲି ଆଲୋଚନା ହେଉଛି! ମୃତ ଶ୍ରମିକ ବାହାର ରିଜ୍ୟର ହୋଇଥିବାରୁ ଏହି ରିପୋର୍ଟ୍ ଲେଖା ଯିବା ପର୍ଯ୍ୟନ୍ତ ଥାନାରେ ଏହି ଘଟଣାନେଇ ମୃତକଙ୍କ ତରଫରୁ ଲିଖିତ ଅଭିଯୋଗ ହୋଇ ନଥିବା ଜଣାପଡିଛି! ତାହାକୁ ଆଳକରି ପୋଲିସ ନିଜ ଆଡୁ ମଧ୍ୟ ତଦନ୍ତ ନକରି ହାତବାନ୍ଧି ବସିଥିବା ଜଣାପଡିଛି!

Govt
Leave A Reply