Odisha news

ସାନ୍ତାଳୀ ଆଦିବାସୀ ସଂଗଠନ ତରଫରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଜୟନ୍ତୀ ପାଳିତ

0
ବେତନଟୀ  :  ବେତନଟୀ ବ୍ଲକ ଅଧିନ ସାରିଆସ୍ଥ ସାନ୍ତାଳୀ ଆଦିବାସୀ ସଂଗଠନ ସାର୍ନା ଗାଦେଲ – ସେମଲେଦ ଆନୁକୂଲ୍ୟରେ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l  ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟ ତଥା ଆଦିବାସୀ ନେତା ବିଶ୍ଵନାଥ ହେମ୍ବ୍ରମ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜନସାଧାରଣ ଙ୍କୁ ଉତ୍ସାହିତ କରିଥିଲେ l ପୂର୍ବାହ୍ନ ରେ ଗ୍ରାମବାସୀ ଙ୍କ ଦ୍ଵାରା ରଘୁନାଥ ମୁର୍ମୁ ଙ୍କ ପ୍ରତିମୂର୍ତ୍ତି ରେ ସାନ୍ତାଳୀ ରୀତିନୀତି ଅନୁଯାଇ ପୂଜା ଅର୍ଚ୍ଚନା କରାଯିବା ସହିତ ପୁଷ୍ପ ଅର୍ପଣ କରାଯାଇ ପରେ ସନ୍ଧ୍ୟା ରେ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଥିଲା l ସଂଘ ର ସୂର୍ଯ୍ୟାନନ୍ଦ ସରେନା ସୁବାସ ହାଁସଦା, ହିକିମ କିସ୍କୁ, ଅନନ୍ତ ବେଶ୍ର ଏହି କାର୍ଯ୍ୟକ୍ରମ ସଫଳ ପାଇଁ ମୁଖ୍ୟ ଭୂମିକା ନିଭାଇ ଥିଲେ l ପ୍ରକାଶ ଥାଉ କି ପଣ୍ଡିତ ମୁର୍ମୁ ସାନ୍ତାଳୀ ଲିପି ଅଲଚିକି ସ୍ରଷ୍ଠା ଥିଲେ ଯାହାକି ପରବର୍ତ୍ତୀ ୨୦୦୩ ମସିହା ଅନୁଚ୍ଛେଦରେ ସ୍ଥାନ ମଧ୍ୟ ପାଇଛି l
Leave A Reply