ଦଶପଲ୍ଲା ୨୭/୪ : ଦଶପଲ୍ଲା ଥାନା ଅନ୍ତର୍ଗତ ବୁଗୁଡା ଗ୍ରାମର ଜଣେ ନା ବାଳିକାକୁ ଗର୍ଭବତୀ କରିବା ଅଭିଯୋଗରେ ପୋଲିସ ସମ୍ପର୍କୀୟ ମାମୁକୁ ଫିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକଙ୍କ ନାଁ ସୁରେନ୍ଦ୍ର ଯାନୀ ଓ ତାଙ୍କ ଘର ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ବରମୁଣ୍ଡା ଗ୍ରାମରେ ବୋଲି ପୋଲିସ ସୂତ୍ର ରୁ ଜଣାପଡିଛି । ସୂଚନା ଅନୁଯାୟୀ, ସୁରେନ୍ଦ୍ର ବୁଗୁଡ଼ାରେ ଥିବା ଏକ ଦୋକାନ ରେ କାମ କରୁଥିଲା । ପରବର୍ତୀ ସମୟ ରେ ନା ବାଳିକା ପରିବାର ସହ ଉକ୍ତ ଯୁବକ ର ସମ୍ପର୍କ ଗଢିତୋଳିଥିଲା । ନା ବାଳିକା ପରିବାର ଗରିବ ପରିବାର ର ହୋଇଥିବାବେଳେ ଉକ୍ତ ଯୁବକ ତାଙ୍କ ଘରେ ରହି ଆସୁଥିଲେ । ପରବର୍ତ୍ତି ସମୟ ରେ ଉଭୟ ନାବାଳିକା ସହ ସୁରେନ୍ଦ୍ର ର ଶାରୀରିକ ସଂପର୍କ ବଢି ଚାଲିବା ସହ ନାବାଳିକା ଗର୍ଭବତୀ ହୋଇଥିଲେ । ଏହା ଜଣା ପଡିବା ପରେ ନା ବାଳିକା ସହ ସୁରେନ୍ଦ୍ର ର ବିବାହ କରିବା ପାଇଁ ନା ବାଳିକା ର ମା ପ୍ରସ୍ତାଵ ଦେଇଥିବା ବେଳେ ସୁରେନ୍ଦ୍ର ତାଂକ ଘରେ ନିଆଁ ଲଗାଇ ଚମ୍ପଟ ମାରିଥିଲା । ଏହାପରେ ଖବର ପାଇ ନୟାଗଡ ଶିଶୁ ସୁରକ୍ଷା ବିଭାଗ ସଦଶ୍ୟା ସୁଜାତା ବେହେରା, ପ୍ରଦୀପ ମହାରଣା ନା ବାଳିକା ଙ୍କ ଘରେ ପହଞ୍ଚି ଏ ସମ୍ପର୍କରେ ପରିବାର ଲୋକଙ୍କୁ ପଚାରି ବୁଝିବା ସହ ଟାକେରା ସରପଞ୍ଚ, ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ସହଯୋଗ କ୍ରମେ ଏ ସମ୍ପର୍କରେ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ଆରୋପୀ ସୁରେନ୍ଦ୍ର କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।