Odisha news

ଝାରସୁଗୁଡ଼ା ନିର୍ବାଚନ : ‘ଶଙ୍ଖ ଭବନ’ରେ ମିଶ୍ରଣ ପର୍ବ , ଝାରସୁଗୁଡ଼ା ବାର୍ ଆସୋସିଏସନ ସଭାପତି ତ୍ରିନାଥ ଗୁଆଳ ବିଜେଡିରେ ସାମିଲ

0

ଭୁବନେଶ୍ୱର: ‘ଶଙ୍ଖ ଭବନ’ ଉଦ୍‌ଘାଟନ ହେବାର ପ୍ରଥମ ଦିନରେ ଏକ ମିଶ୍ରଣ ପର୍ବ ଆୟୋଜନ କରାଯାଇଥିଲା। ଅପରାହ୍ନରେ ଆୟୋଜିତ ଏହି ପର୍ବରେ ଝାରସୁଗୁଡ଼ାର ବରିଷ୍ଠ ବିଜେପି ନେତା ତଥା ଝାରସୁଗୁଡ଼ା ବାର୍ ଆସୋସିଏସନ ସଭାପତି ତ୍ରିନାଥ ଗୁଆଳ ବିଜେଡିରେ ସାମିଲ ହୋଇଥିଲେ। ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଦଳୀୟ ଉତ୍ତରୀୟ ଦେଇ ଶ୍ରୀ ଗୁଆଳଙ୍କୁ ସ୍ୱାଗତ କରିଥିଲେ। ରାଜ୍ୟସଭା ସାଂସଦ ତଥା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମିଶ୍ରଣ ସଭାରେ ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ଶାରଦା ପ୍ରସାଦ ନାୟକ ଓ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଉପସ୍ଥିତ ଥିଲେ। ଦଳ ଯାହା ଦାୟିତ୍ବ ଦେବ ତାହାକୁ ପାଳନ କରିବା ସହ ଝାରସୁଗୁଡ଼ାରେ ବିଜେଡି ସଂଗଠନକୁ ଆହୁରି ସୁଦୃଢ଼ କରିବାକୁ କାର୍ଯ୍ୟ କରିବେ ବୋଲି ଶ୍ରୀ ଗୁଆଳ କହିଥିଲେ। ସୂଚନାଯୋଗ୍ୟ ଯେ ଚଳିତ ଉପନିର୍ବାଚନରେ ଶ୍ରୀ ଗୁଆଳ ବିଜେପିର ଷ୍ଟାର୍ ପ୍ରଚାରକ ତାଲିକାରେ ଥିଲେ।

Ad2
Leave A Reply