Odisha news

ଚାଷୀଙ୍କ ଦ୍ବାରା ଅକ୍ଷୟ ତୃତୀୟ ପାଳିତ।

0

ନୂଆପଡ଼ା-୨୩/୪ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଆଜି ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ,ନୂଆପଡା ଆନୁକୂଲ୍ୟରେ ଜିଲ୍ଲା ଆବାହକ  ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ସଲଙ୍ଗିପଡା ଗ୍ରାମରେ ଶତାଧିକ ଚାଷୀଙ୍କ ସମାବେଶରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିହନ ଅକ୍ଷି ମୁଠି ଅନୁକୂଳ କରାଯାଇଥିଲା। ପୂଜକ ବ୍ରାହ୍ମଣ ଙ୍କ ପବିତ୍ର ମଙ୍ଗଳ ଧ୍ୱନି ଓ ପୂଜା ପାଠ ପରେ ହଳ ଚଲାଇ ବିହନ ଧାନ ମୁଠି ବାହାର କରାଯାଇଥିଲା। ଏହା ପରେ ଏକ ବୈଠକ କରି ଶ୍ରୀ ପାଣିଗ୍ରାହୀ  ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ଯେ ଆଜି ପବିତ୍ର ଅକ୍ଷୟ ତୃତୀୟା।ପ୍ରଭୁ ଜଗନ୍ନାଥ ଙ୍କ ରଥ କାଠ ଆଜି ଅନୁକୂଳ ହୁଏ।ଆଜି ଚାଷୀ ଚାଷ କାର୍ୟ୍ଯ ଆରମ୍ଭ କରେ,ବିହନ ଅକ୍ଷି ମୁଠି ଅନୁକୂଳ କରାଯାଏ।ଅକ୍ଷୟ ପାତ୍ର ଓ ମାତା ଲକ୍ଷ୍ମୀଙ୍କ ପୂଜନ କରାଯାଏ।ଆମର ସଂସ୍କୃତି ଋଷି ସଂସ୍କୃତି ଓ କୃଷି ସଂସ୍କୃତି ଅଟେ। ଆମର ସଭ୍ୟତା,ସଂସ୍କୃତି, ପରମ୍ପରା,ଉତ୍ସବ ସବୁକିଛି କୃଷି ସଂସ୍କୃତି ଆଧାରିତ ଅଟେ।ଏଣୁ ଆଜିର ଉତ୍ସବ କୁ ଆମେ ସମସ୍ତେ ପ୍ରତିବର୍ଷ ଧୂମଧାମରେ ପାଳି ଆସୁଛୁ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲେ।ଅକ୍ଷି ମୁଠି ଅନୁକୂଳ ଉତ୍ସବ ଆଜିକାଲି କେବଳ ସରକାରୀ ସ୍ତର ରେ ସୀମିତ ହୋଇଯାଇଛି।ଏଣୁ ଅନେକ ଦିନ ହେଲାଣି ଆମେ ଆମ ଚାଷୀ ସଂଗଠନ ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ ତରଫରୁ ଏହି ଉତ୍ସବ କୁ ଆମ ସ୍ତର ରେ ପାଳି ଆସୁଛୁ ।ଏହି ଉତ୍ସବ କୁ ସବୁ ଗାଁ ଗାଁ ରେ ପାଳନ କରାଯିବା ଉଚିତ ବୋଲି ଶ୍ରୀ ପାଣିଗ୍ରାହୀ ତାଙ୍କ ଉଦବୋଧନ ରେ ପ୍ରକାଶ କରିଥିଲେ।କାରଣ ଏହା ମାଧ୍ୟମରେ ଆମ ସଂସ୍କୃତି ଓ ପରମ୍ପରା ର ସମ୍ବର୍ଦ୍ଧନ ହେବ ସହିତ ଚାଷୀଙ୍କ ସଂଗଠନ ସୁଦୃଢ଼ ହେବ। ଆଜି ଚାଷୀ ସଂଗଠିତ ନାହିଁ ବୋଲି ସରକାର ଚାଷୀଙ୍କୁ ଅବହେଳା ଓ ଶୋଷଣ କରୁଛି। ଠିକ ସମୟରେ ଚାଷୀ ବୀମା,ଋଣ,ସାର , ବିହନ , ଜଳସେଚନ ଓ ବୈଷୟିକ ସହାୟତା ପାଇପାରୁନାହିଁ। ତାର ଉତ୍ପାଦିତ ଫସଲ ପାଇଁ ବଜାର ସୁବିଧା ନାହିଁ।ଧାନ ମଣ୍ଡି ଚାଷୀଙ୍କ ପାଇଁ ଶୋଷଣ କଷଣ ର କେନ୍ଦ୍ର ସାଜିଛି।କପା ଓ ମକା ମଣ୍ଡି ଜିଲ୍ଲାରେ ଖୋଲା ଯାଇ ପାରି ନାହିଁ।ଆମକୁ ଏକ ଶକ୍ତିଶାଳୀ ଚାଷୀ ସଂଗଠନ ଛିଡା କରି ଏକ ଲମ୍ବା ଲଢେଇ ଲଢ଼ିବାର ଆବଶ୍ୟକତା ଅଛି ବୋଲି ଶ୍ରୀ ପାଣିଗ୍ରାହୀ ଉଦବୋଧନ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଦଧି ନାଗ,ସପନେ ବାଗ, ପୁସ୍କର ଶବର,ଗଣ୍ଡାମେର ସରପଞ୍ଚ ପ୍ରହଲ୍ଲାଦ ଶବର,ଠିକପାଲି ସରପଞ୍ଚ ସନ୍ତୋସିନି ସୁନାନୀ,ବିପ୍ର ଶବର,କୁଞ୍ଜ ଶବର,ନବୀ ମହମ୍ମଦ, ମଧୁ ଶବର,ପଣ୍ଡୁ ଶବର,ରୁଟୁ ଶବର,ଭଗତ ସତନାମୀ ପ୍ରମୁଖ ଙ୍କ ସମେତ ଶତାଧିକ ଚାଷୀ ସମ୍ମିଳିତ ହୋଇଥିଲେ।

Leave A Reply