Odisha news

ଜଂକିଆ ଟୁବୁରୀ ପାହଡସ୍ଥିତ ମହାବୀର ଙ୍କ ପୀଠ ରେ ଷଷ୍ଠ ବିଂଶତମ ରାମଚରିତ ମାନସ ପାରାୟଣ ୧୪ରୁ

0

ନିରାକାରପୁର, ୧୧/୪: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଟୁବୁରୀ ପାହାଡ଼ ସ୍ଥିତ ମହାବୀର ଙ୍କ ପୀଠରେ ଆସନ୍ତା ୧୪ ତାରିଖ ପଣା ସଂକ୍ରାନ୍ତି ଠାରୁ ଷଷ୍ଠ ବିଂଶତମ୍ ବାର୍ଷିକ ଶ୍ରୀ ରାମ ଚରିତ ମାନସ ନବାହ୍ନ ପାରାୟଣ ମହାଯଜ୍ଞ ଆରମ୍ଭ ହେବ। ପିତାମ୍ବର ଦାସ ମହାରାଜ ଓ ମହନ୍ତ ବିଶ୍ବମ୍ବର ଦାସଜୀ ମହାରାଜ ଙ୍କ ସମେତ ଜଂକିଆ, ବାଲିଗାଡିଆ, ନୂଆଗାଁ ଗ୍ରାମବାସୀଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆସନ୍ତା ୧୩ ତାରିଖରେ ଜଳଯାତ୍ରା ଅନୁଷ୍ଠିତ ହେବ ସହିତ ୧୪ ତାରିଖରୁ ଯଜ୍ଞ ଆରମ୍ଭ ହେବ। ପ୍ରତିଦିନ ହୋମ, ଯଜ୍ଞ, ସୂର୍ଯ୍ୟ ପୂଜା,ମଙ୍ଗଳ ଆଳତି, ନାମ ସଙ୍କୀର୍ତ୍ତନ ଇତ୍ୟାଦି ଅନୁଷ୍ଠିତ ହେବ । ଶେଷରେ ୨୨ ତାରିଖରେ ଉଦଯାପନ ଉତ୍ସବ, ଘଟ ବିସର୍ଜନ ଓ ମହୋତ୍ସବ ପୂର୍ଣ୍ଣାହୁତି ଅପରାହ୍ନରେ ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରତିଦିନ ସନ୍ଧ୍ୟାରେ ଓଡ଼ିଶାର ସୁନାମ ଧନ୍ୟ ରାମ କଥା ପ୍ରବଚକ ମାନଙ୍କ ଦ୍ଵାରା ପ୍ରବଚନ ପ୍ରଦାନ କରାଯିବ। ୧୪ ତାରିଖରେ ଶିବ ବିବାହ ସମ୍ପର୍କରେ ପଣ୍ଡିତ ଗୋପାଳ ରାୟଗୁରୁ, ୧୫ ତାରିଖରେ ଅବତାର ରହସ୍ୟ, ପ୍ରଭୁ ପ୍ରକଟ, ଅହଲ୍ୟା ଉଦ୍ଧାର, ମିଥିଳା ପ୍ରବେଶ ଓ ସୀତାରାମ ପୁଷ୍ପ ବାଟିକା ରେ ମିଳନ ବିଷୟରେ ପଣ୍ଡିତ ଗୋପାଳ ରାୟଗୁରୁ, ୧୬ ତାରିଖରେ ସୀତା ବିବାହ ସମ୍ପର୍କରେ ପଣ୍ଡିତ ନାରାୟଣ ପଣ୍ଡା, ୧୭ ତାରିଖରେ ଶ୍ରୀରାମ ବନବାସ ବିଷୟରେ ପଣ୍ଡିତ ନାରାୟଣ ପଣ୍ଡା, ୧୮ ତାରିଖରେ ଶ୍ରୀରାମଙ୍କ ଚିତ୍ରକୁଟ ନିବାସ ବିଷୟରେ ପଣ୍ଡିତ ଗୋପାଳ ରାୟଗୁରୁ, ୧୯ ତାରିଖରେ ଭରତଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଓ ସୀତା ହରଣ ସମ୍ବନ୍ଧରେ ପଣ୍ଡିତ ସୁଦାମ ଚନ୍ଦ୍ର ଦାସ, ୨୦ ତାରିଖରେ ଜଟାୟୁ ଉଦ୍ଧାର, ହନୁମାନ ଲଙ୍କା ଦହନ ସମ୍ପର୍କରେ ପଣ୍ଡିତ କୃପାସିନ୍ଧୁ ଦାସ ମହାରାଜ, ୨୧ ତାରିଖରେ ରାବଣ ବଧ ଓ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ବିଷୟରେ ପଣ୍ଡିତ କୃପାସିନ୍ଧୁ ଦାସ ମହାରାଜ, ୨୨ ତାରିଖରେ ରାମ ଅଭିଷେକ ଓ କାଳ ଭୂଷଣ୍ଡି ଉପାଖ୍ୟାନ ସମ୍ପର୍କରେ ପଣ୍ଡିତ କୃପାସିନ୍ଧୁ ଦାସ ମହାରାଜ ପ୍ରବଚନ ପ୍ରଦାନ କରିବେ ବୋଲି କମିଟି ତରଫରୁ ସ୍ଥିର କରାଯାଇଛି।

Govt
Leave A Reply