Odisha news

ଗଛ ଲଗାଇବାର ସଉକ ଖୋଲିବ ଆପଣଙ୍କ ସ୍ଵଭାବର ରହସ୍ୟ

0
ବଗିଚା ରେ ଗଛ ଲଗାଇବାର ସ୍ଵଭାବ ବିଶେଷ ଭାବରେ ବୟସ୍କ ବ୍ୟକ୍ତି ମାନଙ୍କ ନିକଟରେ ଦେଖିବାକୁ ମିଳିଥାଏ । କାହିଁକି ନା ସେମାନେ ନିଜର ସମୟ କୁ ଠିକ୍ ଭାବରେ ବିନିଯୋଗ କରିବା ପାଇଁ ଇଚ୍ଛା ରଖି ଥାଆନ୍ତି । କିନ୍ତୁ କିଛି ଯୁବ ପିଢୀ ଙ୍କ ମଧ୍ୟରେ ମଧ୍ୟ ଗଛ ଲଗାଇବା ର ଇଚ୍ଛା ଦେଖିବାକୁ ମିଳିଥାଏ । ଗଛ ଟିଏ ଦେଖିଲେ ମନ ଖୁସି ହୋଇ ଯାଇଥାଏ । ଏହି କାର୍ଯ୍ୟ କରିବା ପାଇଁ ଅନେକ ବ୍ୟକ୍ତି ଖୁସି ଲାଭ କରି ଥାଆନ୍ତି ।
କିନ୍ତୁ ମନୋବିଜ୍ଞାନୀ ଙ୍କ ମତରେ ବ୍ୟକ୍ତି ମାନଙ୍କ ର ଏହି ସ୍ଵଭାବ ତାଙ୍କର ଭଲ ଗୁଣ ର ପରିଚୟ ଦେଇଥାଏ । ହ୍ୟୁମାନ ସାଇକୋଲୋଜି କହୁଛି ଯେ ଯେଉଁ ବ୍ୟକ୍ତି ମାନେ ଗଛ ଲଗାଇବା ପ୍ରିୟ ହୋଇ ଥାଆନ୍ତି, ସେମାନେ ଅନ୍ୟ ପ୍ରତି ଖୁବ୍ ଯତ୍ନଶୀଳ ହୁଅନ୍ତି । ସେମାନେ ଅନ୍ୟ କୁ ଠିକ୍ ରେ ରଖିବା ପାଇଁ ସର୍ବଦା ସଚେତନ ଥାଆନ୍ତି ।
* ଯେଉଁ ବ୍ୟକ୍ତି ମାନେ ଗଛ ପ୍ରତି ଯତ୍ନଶୀଳ ହୁଅନ୍ତି କିମ୍ବା ଗଛ ଲଗାଇବା ପାଇଁ ପସନ୍ଦ କରନ୍ତି ସେମାନେ ଖୁବ୍ ପରିଶ୍ରମୀ ହୋଇ ଥାଆନ୍ତି ଓ ସଫଳତା ଲାଭ ନକରିବା ପର୍ଯ୍ୟନ୍ତ ପରିଶ୍ରମ କରି ଚାଲିଥାଏ ।
* ଯେଉଁ ବ୍ୟକ୍ତି ମାନେ ଗଛ ପ୍ରତି ଯତ୍ନଶୀଳ ହୋଇ ଥାଆନ୍ତି, ସେମାନେ ଖୁବ୍ ଧର୍ଯ୍ୟବନ୍, ଯତ୍ନଶୀଳ ଓ ନିଜ ଲକ୍ଷ୍ୟରେ ପହଞ୍ଚିବା ପାଇଁ ଚେଷ୍ଟା କରି ଥାଆନ୍ତି । ସେମାନେ ଦୟାଳୁ , ବୁଦ୍ଧିମାନ ଓ ଉଦାର ସ୍ଵଭାବ ର ହୋଇ ଥାଆନ୍ତି ।
* ବଗିଚା ର ଯତ୍ନ ନେଉଥିବା ଲୋକ ମାନେ ଖୁବ୍ ଶାନ୍ତ ଓ ଶାନ୍ତି ପୂର୍ଣ୍ଣ ସ୍ୱଭାବର ହୋଇ ଥାଆନ୍ତି । କାହିଁକି ନା ସେମାନେ ଗଭୀର ଭାବରେ ସବୁ କଥାକୁ ଭାବି ଥାଆନ୍ତି ଓ ସଫଳତା କୁ ପ୍ରାପ୍ତି କରିବା ପାଇଁ ଚେଷ୍ଟା କରି ଥାଆନ୍ତି ।
* ଯେଉଁ ବ୍ୟକ୍ତି ମାନେ ଗଛର ଯତ୍ନ ନେଇ ଥାଆନ୍ତି ସେମାନେ ଖୁବ୍ ଇନ୍ଟ୍ରୋ ଭଟ୍ ହୋଇ ଥାଆନ୍ତି ।
* ଏଭଳି ବ୍ୟକ୍ତି ମାନଙ୍କ ନିକଟରେ ଦୟା , ଭକ୍ତି , ଯତ୍ନ , ସାହାଯ୍ୟ ଓ ସ୍ନେହ ଦେବା ଭଳି ୫ଟି ନୋବେଲ କ୍ୱାଲିଟି ରହିଥାଏ ।
Leave A Reply