Odisha news

ପୁଲିସ ଉପରୁକୁ ବୋମା ମାଡ଼ ଘଟଣା,୨ମହିଳା, ୩ଯୁବକ ଗିରଫ

0

ବ୍ରହ୍ମପୁର : ଶ୍ରୀକ୍ଷେତ୍ର ବିହାରରେ ଗତକାଲି ଅପରାହ୍ଣରେ ପୁଲିସ ଉପରକୁ ହୋଇଥିବା ବୋମାମାଡ଼ ଘଟଣାରେ ନିମଖଣ୍ଡି ଥାନା ପୁଲିସ ଆଜି ୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମ‌ାନେ ହେଲେ ସଦର ଥାନା ବାଲିପଡ଼ା ନାରାୟଣପୁରର ଦୁନିଆ ସାହୁ, ତାର ମା’ କୁନି ସାହୁ (୪୨), ଫୁଲବାଣୀର ମନସ୍ବିନୀ ଦିଗାଲ (୨୫), ଗୋଇଲୁଣ୍ଡିର ଶ୍ରୀକାନ୍ତ ପଣ୍ଡା ଓ ଆସ୍କା ଥାନା ନଳବଣ୍ଟାର ରାକେଶ ମିଶ୍ର। ଏନେଇ ବନବଜାର ଥାନା ଏସ୍‌ଆଇ ରଂଜିତ କୁମାର ଦାସଙ୍କ ଅଭିଯୋଗକ୍ରମେ ନିମଖଣ୍ଡି ଥାନାରେ ଏକ ମାମଲା (କେସ୍‌ନଂ୮୨/୨୩) ରୁଜୁ ହୋଇଥିବା ବେଳେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସୂଚନା ମୁତାବକ ୧୫ତାରିଖ ବିଳମ୍ବିତ ରାତିରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହି ୭ମ ଗଳିରେ ରହୁଥିବା ସୁରେଶ ବେହେରାଙ୍କ ଘର ଉପରୁକୁ  ବୋମାମାଡ଼ ହୋଇଥିଲା। ଏନେଇ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତଙ୍କ ସମ୍ପର୍କରେ ସୁରାକ୍ ପାଇ ସେମାନଙ୍କୁ ପିଛା କରି ଶ୍ରୀକ୍ଷେତ୍ରବିହାରରେ ପହଁଚିଥିଲା। କବାଟ ନଖୋଲିବାରୁ ଭାଂଗିବାକୁ ଉଦ୍ୟତ ହେଲାବେଳେ  ପୁଲିସ ଉପରକୁ ବୋମାମାଡ଼ ହୋଇଥିଲା। ପରେ ପୁଲିସ କୌଶଳକ୍ରମେ ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ସେଠାରୁ ବୋମା, ଖଣ୍ଡା ଆଦି ଜବତ ହୋଇଥିଲା। ଏପରିକି ବୋମା ନି‌ଷ୍କ୍ରିୟ କରିବାକୁ ଯାଇଥିବା ଜଣେ ହାବିଲ୍‌ଦାରଙ୍କ ହାତରେ ବୋମା ଫୁଟି ଯିବାରୁ, ସେ ଆହତ ହୋଇଥିଲେ।

Govt
Leave A Reply