Odisha news

ନାତୁଣୀକୁ ଦୁଷ୍କର୍ମ ଅଭିଯୁକ୍ତ ଅଜା ନିର୍ଦ୍ଦୋଷ ରେ ଖଲାସ

0
ବ୍ରହ୍ମପୁର : ଆଜି ଅସ୍ଥାୟୀ ପୋକ୍ସ  ବିଚାରପତି ଶ୍ରୀ ଗଣେଶ୍ୱର ପତି ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଅଭିଯୁକ୍ତ ଭଜମନ ଡାକୁଆ କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି  l ଘଟଣାଟି ଗତ ତା.0୪.0୯.୨O ଦିନ ପୋଲସରା ଥାନା ଅନ୍ତର୍ଗତ ଗୋଛାବାଡି ଗ୍ରାମର ଏକ ଦଶବର୍ଷର ଝିଅକୁ ଘରେ କେହି ନ ଥିଲା ବେଳେ ପୀଡିତାର ଅଜାର ବଡଭାଇ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା l ପୁଲିସ ତଦନ୍ତ କରି ମାମଲା ରୁଜୁକରି ଅଭିଯୁକ୍ତକୁ ବାନ୍ଧି ଅଦାଲତ କୁ ବିଚାରଣା ପାଇଁ ପଠାଇଥିଲା [ ପୋଲସରା ଥାନା ସଂଖ୍ୟା -234/20, u/s. 376 IPC and 6 of pocso act ] ୧0 ଜଣଙ୍କ ସାକ୍ଷୀ ବିଚାରଣା ସମୟରେ ପାରିବାରିକ ଜମି ବିବାଦ ଓ  ଏତଲା ଦରଜରେ ବିଳମ୍ବ ନେଇ ସଠିକ ପ୍ରମାଣ ଅଭାବରୁ ଅଭିଯୁକ୍ତ ଭଜମନ ଡାକୁଆକୁ ମାନ୍ୟବର ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଛନ୍ତ l ଅଭିଯୁକ୍ତ ପକ୍ଷ ରୁ ଆଇନଜୀବୀ ମନୋଜ ପଟ୍ଟନାୟକ ମୋକଦ୍ଦମା ପରି ଚାଳନା କରି ଥିବା ବେଳେ ସରକାରୀ ଙ୍କ ପକ୍ଷରୁ ଆଇନଜିବୀ ମୋହନ ସିଂଘାରି ପରିଚାଳନା କରିଥିଲେ।
Leave A Reply