ପ୍ରତିବର୍ଷ ନବରାତ୍ରୀ ପୂଜା ହିନ୍ଦୁ ଧର୍ମରେ ୨ଥର ପାଳିତ ହୋଇଥାଏ l ଗୋଟିଏ ହେଲା ଚୈତ୍ର ମାସ ଓ ଅନ୍ୟଟି ହେଲା ଅଶ୍ୱିନ ମାସରେ l ବର୍ତମାନ ଚୈତ୍ର ମାସ ଆରମ୍ଭ ହୋଇ ଯାଇଛି l ଅଶ୍ୱିନ ମାସ ଭଳି ଚୈତ୍ର ମାସରେ ମଧ୍ୟ ମା ଦୁର୍ଗଙ୍କୁ ବିଧିବଧ ଭାବରେ ପୂଜା କରାଯାଇ ଥାଏ l ଚଳିତ ଥର ଚୈତ୍ର ନବରାତ୍ରି ମାର୍ଚ୍ଚ ୨୨ ଠାରୁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଏହି ସମୟରେ ମା ଦୁର୍ଗତି ନାଶିନୀ ଙ୍କ କୃପା ଲାଭ କରିବା ପାଇଁ ପୂଜାର୍ଚନା କରାଯାଇ ଥାଏ l ତେଣୁ ଏହି ସମୟରେ ପ୍ରତ୍ୟେକ ହିନ୍ଦୁ ଘରେ କଳସ ସ୍ଥାପନା କରାଯାଇ ବିଧିବଧ ଭାବରେ ପୂଜାର୍ଚନା କରାଯାଏ l
ଚୈତ୍ର ନବରାତ୍ରୀ ରେ କଦାପି କରନ୍ତୁ ନାହିଁ ଏହିସବୁ ଭୁଲ –
* ଅଖଣ୍ଡ ଜ୍ୟୋତି – ଯଦି ଆପଣ ଚୈତ୍ର ନବରାତ୍ରୀ ରେ କଳସ ସ୍ଥାପନା କରି ଅଖଣ୍ଡ ଦୀପ ପ୍ରଜ୍ବଳିତ କରୁଛନ୍ତି ତେବେ କଦାପି ଘରକୁ ଖାଲି ଛାଡି ଯିବା ଉଚିତ ନୁହେଁ l
* କେଶ କାଟିବା – ନବରାତ୍ରୀ ର ୯ଦିନ ବ୍ରତ ରଖିଥିବା କାରଣରୁ ପିଲାମାନେ କେଶ କାଟିବା ଅଶୁଭ ଅଟେ l ଏହି ସମୟରେ ମାଙ୍କ କୃପା ଲାଭ ପାଇଁ ଶିଶୁ ମାନଙ୍କୁ ମଧ୍ୟ ମାରିବା ଉଚିତ ନୁହେଁ l
* ପିଆଜ ରସୁଣ ଖାଇବେ ନାହିଁ – ନବରାତ୍ରୀ ର ୯ ଦିନ ପର୍ଯ୍ୟନ୍ତ ଘରେ ଆଦୌ ପିଆଜ ରସୁଣ ସେବନ କରିବା ଉଚିତ ନୁହେଁ l କାହିଁକି ନା ଏହାକୁ ତାମସିକ ଶ୍ରେଣୀ ରେ ଗଣା ଯାଇଥାଏ l ତେଣୁ ନବରାତ୍ରୀ ରେ ଏହାର ପ୍ରୟୋଗ ବର୍ଜନୀୟ ଅଟେ l
* କଳା ରଙ୍ଗର ବସ୍ତ୍ର ପିନ୍ଧିବେ ନାହିଁ – ଶୁଭ ନବରାତ୍ରୀ ସମୟରେ କଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ ନୁହେଁ l ନବରାତ୍ରୀ ସମୟରେ ଘରଦ୍ୱାର ସଫା ସୁରୁରା ରଖିବା ଉଚିତ l
* ମଦ ମାଂସ ସେବନ ବର୍ଜନୀୟ – ନବରାତ୍ରୀ ସମୟରେ ମାଛ, ମାଂସ ଓ ମଦ୍ୟ ପାନ ନିଷେଧ ଅଟେ l ଧାର୍ମିକ ମାନ୍ୟତା ଅନୁସାରେ ଏଭଳି କରିବା ଅଶୁଭ ଅଟେ l
* ଚମଡା ବସ୍ତୁ ବ୍ୟବହାର କରନ୍ତୁ ନାହିଁ – ନବରାତ୍ରି ରେ ଉପବାସ କରୁଥିବା ଲୋକେ କଦାପି ଚମଡା ବେଲ୍ଟ, ଜୋତା ଚମଡା ର, ବ୍ୟାଗ ଚମଡା ବ୍ୟବହାର କରିବା ଉଚିତ ନୁହେଁ l
* ନଖ କାଟିବା ବର୍ଜନୀୟ – ନବରାତ୍ରୀ ରେ କଳସ ସ୍ଥାପନ ହୋଇଥିବା କାରଣରୁ କୌଣସି ପ୍ରକାରର ଅଶୌଚ କାର୍ଯ୍ୟ କରିବା ଉଚିତ ନୁହେଁ l
* ସାତ୍ୱିକ ଭୋଜନ କରିବା ଆବଶ୍ୟକ – ନବରାତ୍ରୀ ସମୟରେ ମନରେ ପବିତ୍ରତା ଜରୁରୀ, ପର ନିନ୍ଦା ପର ଚର୍ଚ୍ଚା କଦାପି କରିବେ ନାହିଁ ଏହାଦ୍ୱାରା ନକରାତ୍ମକ ଶକ୍ତିର ଆଗମନ ହେବ l ୯ ଦିନ ପର୍ଯ୍ୟନ୍ତ ଘରେ ସାତ୍ୱିକ ଭୋଜନ ସେବନ କରିବେ, ଏହାଦ୍ୱାରା ମନ ଶାନ୍ତ ରହିବ l