Odisha news

ବକେୟା ପରିବହନ ଭଡା ପ୍ରଦାନ ଦାବୀରେ କଂପାନୀ ସମ୍ମୁଖରେ ଗାଡି ମାଲିକଙ୍କ ଧାରଣା

0

ତାଳଚେର ତା ୧୨/୦୩ ତାଳଚେର ଏମ୍‌ସିଏଲ୍ ର ଭୁବନେଶ୍ୱରୀ କୋଇଲା କ୍ଷେତ୍ର ଅଧିନରେ ଏନ୍‌.ସି.ସି.ପି.ଏଲ୍‌. ଘରୋଇ କଂପାନୀ ରେ କାର୍ଯ୍ୟରତ ଗାଡିର ପରିବହନ ବାବଦକୁ ବକେୟା ଥିବା ଅର୍ଥରାଶି ପ୍ରଦାନ ଦାବୀରେ ଆଜି ସକାଳେ କଂପାନୀ କାର୍ଯ୍ୟାଳୟ ସମ୍ମୁଖରେ ଗାଡି ମାଲିକମାନେ ଧାରଣା ଦେଇଥିଲେ । ଯାହା ଫଳରେ କଂପାନୀ କାର୍ଯ୍ୟ ବନ୍ଦ ରହିବା ସହିତ ପରିବହନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଗାଡିମାଲିକ ମାନେ ଅଭିଯୋଗ କରିଛନ୍ତି ଯେ, ଦୀର୍ଘ ୬ ମାସ ହେଲା କୋଇଲା ଖଣି କର୍ତୃପକ୍ଷ କଂପାନୀ କର୍ତୃପକ୍ଷଙ୍କୁ ସମସ୍ତ ବକେୟା ରାଶି ପ୍ରଦାନ କରିଥିବା ବେଳେ କଂପାନୀ କର୍ତୃପକ୍ଷ ଗାଡି ମାଲିକମାନଙ୍କୁ ସେମାନଙ୍କର ବକେୟା ଅର୍ଥରାଶି ପ୍ରଦାନ କରିନାହାନ୍ତି । ଯାହା ଫଳରେ ଗାଡି ମାଲିକ ଫାଇନାନସ୍ ଦ୍ୱାରା ଗାଡି ଆଣି କିସ୍ତି ପରିଶୋଧ କରିନପାରି ମାନସିକ ସ୍ଥିତିରେ ଗତି କରୁଛି । ଏ ବିଷୟରେ ଗାଡି ମାଲିକ କଂପାନୀ କର୍ତୃପକ୍ଷଙ୍କୁ ଜଣାଇଲା ପରେ ମଧ୍ୟ ସେମାନଙ୍କର କଥାକୁ କଂପାନୀ କର୍ତୃପକ୍ଷ ଗୁରୁତ୍ୱ ଦେଇନଥିବାବେଳେ ଏ ବିଷୟରେ ବିଧାୟକଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ବିଧାୟକ କଂପାନୀ କୃର୍ତୃପକ୍ଷଙ୍କ ସହ ଆଲୋଚନା କରି ସମସ୍ତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ରାଜି ହୋଇଥିଲେ । କିନ୍ତୁ କଂପାନୀ କର୍ତୃପକ୍ଷ ବର୍ତମାନ ପର୍ଯ୍ୟନ୍ତ ବକେୟା ଅର୍ଥ ପ୍ରଦାନ କରି ନଥିବାରୁ ବାଧ୍ୟ ହୋଇ ଗାଡି ମାଲିକମାନେ ଧାରଣା ଦେଇଥିଲେ । ଧାରଣା ସ୍ଥଳକୁ କଂପାନୀର ଉଚ୍ଚ ପଦସ୍ଥ ଅଧିକାରୀ ଆସି ଧାରଣାରତ ଗାଡିମାଲିକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗାଡି ମାଲିକ ଏଥିରେ ରାଜି ହୋଇନଥିଲେ ଏବଂ  ଧାରଣା ଚାଲୁ ରହିଛି । ଆଜିର ଏହି ଧାରଣାରେ ଭୁବନେଶ୍ୱରୀ କୋଇଲା ଖଣିର ପରିବହନ କାର୍ଯ୍ୟ କରୁଥିବା ସମସ୍ତ ଘରୋଇ କଂପାନୀର ଗାଡିମାଲିକ ମାନେ ଉପସ୍ଥିତ ଥିଲେ ।

Govt
Leave A Reply