ତାଳଚେର ତା ୧୨/୦୩ ତାଳଚେର ବ୍ଲକ ଅନ୍ତର୍ଗତ ବଡ଼ଯୋରଡ଼ା ଗ୍ରାମର ପୂର୍ବତନ ବ୍ଲକ କଂଗ୍ରେସ୍ ସଭାପତି, ପୂର୍ବତନ ଅନୁଗୋଳ ସଂଯୁକ୍ତ କପୋରେଟିଭ୍ ଉପସଭାପତି ତଥା ସମାଜସେବୀ ପିତଦାସ ପ୍ରଧାନ (୭୭)ଙ୍କ ପରଲୋକ ହୋଇଯାଇଛି । ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଘରେ ଦୀର୍ଘଦିନ ହେବ ଶଯ୍ୟାସାୟୀ ଥିଲେ । ତାଳଚେର ଅଂଚଳରେ ଦୀର୍ଘବର୍ଷ ହେବ କଂଗ୍ରେସର ଗୁରୁଦାୟୀତ୍ୱକୁ ବହନ କରି ସୁଚାରୂପେ କାର୍ଯ୍ୟ ସମ୍ପାଦକନ କରିଥିବାରୁ କଂଗ୍ରେସ ସଂଗଠନକୁ ସେ ମଜବୁତ କରି ରଖିପାରିଥିଲେ । ତାଙ୍କ ପରଲୋକ ଖବର ପାଇ କଂଗ୍ରେସର ବରିଷ୍ଠ ପୂର୍ବତନ ତାଳଚେର ବ୍ଲକ ଅଧ୍ୟକ୍ଷ ଦିଗାମ୍ବର ଗଡ଼ନାୟକ, ପୂର୍ବତନ ବ୍ଲକ ସଭାପତି ହାଡ଼ିବନ୍ଧୁ ବିଶ୍ୱାଳ, ପୂର୍ବତନ ସରପଂଚ, ବିରଂଚିଧର, ସୁବାଷ ପ୍ରଧାନ, ପ୍ରଫୁଲ୍ଲ ଦାସ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ ।ଏହି ଖବର ପ୍ରଚାରିତ ହେବାପରେ କଂଗ୍ରେସ ମହଲରେ ଶୋକରଛାୟା ଖେଳାଇ ଦେଇଥିଲା । ତାଙ୍କର ମୃତ୍ୟୁ ବେଳକୁ ପୁଅବୋହୁ, ନାତିନାତୁଣୀ ଓ ପରିବାରବର୍ଗ ଉପସ୍ଥିତ ଥିଲେ ଏବଂ ତାଙ୍କ ଗାଁ ଶ୍ମଶାନରେ ଶେଷକୃତ ସମ୍ପର୍ଣ୍ଣ କରାଯାଇଥିଲା ।
