ପାରାଦୀପ୍ – ଗହମ ଯୋଗାଣ ରେ କୁଜଙ୍ଗ ବାସୀ ଙ୍କୁ ଠକୁଛି ପ୍ରଶାସନ | ଏଭଳି ଅଭିଯୋଗ ଆଜି ଉଠାଇଛନ୍ତି ପାରାଦୀପ୍ ବିଜେପି ଯୁବମୋର୍ଚ୍ଚା ର କର୍ମୀ | ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁଜଙ୍ଗ ବ୍ଲକ୍ ଆଗରେ ଯୁବମୋର୍ଚ୍ଚା ମାର୍ଚ 21 ତାରିଖରେ ବ୍ୟାପକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଚି | ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ କୁଜଙ୍ଗ ବ୍ଲକ୍ କୁ ଆସିଥିବା 1033 କୁଇଣ୍ଟାଲ ଗହମ ଗଲା କୁଆଡେ ବୋଲି ଯୁବ ମୋର୍ଚା ପ୍ରଶ୍ନ କରିଛି | ଏହାକୁ ଜିଲ୍ଲା ଯୋଗାଣ ବିଭାଗ ଜାଣିଶୁଣି ଦେଉନାହିଁ କିମ୍ବା ଏହାକୁ ହରିଲୁଟ କରାଯାଇଛି , ତାହାର ତଦନ୍ତ ହେବା ପାଇଁ ଗତ ଫେବୃୟାରୀ 1 ତାରିଖ ରେ କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଆଗରେ ଯୁବମୋର୍ଚାର କର୍ମୀ ମାନେ 5 ଘଣ୍ଟା ଆନ୍ଦୋଳନ କରିବା ପରେ କୁଜଙ୍ଗ ବିଡିଓ ଆସନ୍ତା 8 ଦିନ ମଧ୍ୟରେ ଏହି ଗହମ କୁ ଲୋକ ମାନଙ୍କୁ ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ | ଏଥିରେ କିଛି ସୁଫଳ ନମିଳିବାରୁ ଆସନ୍ତା 21 ତାରିଖ ରେ ପୁନଃର୍ବାର ଆନ୍ଦୋଳନ କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି |