Odisha news

ଯଦି ମୁଣ୍ଡ ଯନ୍ତ୍ରଣା ପାଇଁ ଖାଉଛନ୍ତି ଏହି ଔଷଧ , ତେବେ ହୋଇ ଯାଆନ୍ତୁ ସତର୍କ

0
ଯେତେବେଳେ ମୁଣ୍ଡ ଯନ୍ତ୍ରଣା ହୋଇଥାଏ ଆମେ ତୁରନ୍ତ କୌଣସି ନା କୌଣସି ପ୍ରକାରର ଔଷଧ ସେବନ କରିଥାଉ । ସେହି ଔଷଧ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଡିଷ୍ପ୍ରୀନ । ଏହି ଔଷଧ ଆଯକୁ ପ୍ରାୟ ୧୨୫ ବର୍ଷ ତଳେ ବିକଶିତ ହୋଇଥିବା ଅସ୍ପ୍ରିନ ର ଅନ୍ୟ ଗୋଟିଏ ରୂପ । କୁହାଯାଏ ଯେ ମୁଣ୍ଡ ଯନ୍ତ୍ରଣା ସମୟରେ ଏହି ଔଷଧ ଖୁବ୍ ପ୍ରଭାବଶାଳୀ ହୋଇଥାଏ । କିନ୍ତୁ ଏହି ଔଷଧ ସେବନ ଦ୍ଵାରା ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ । ଏହାଛଡା ଦୀର୍ଘ ସମୟ ଧରି ଆପଣ ଏହି ଔଷଧ କୁ ସେବନ କରୁଛନ୍ତି ତେବେ ଏହା କେତେ ହାନିକାରକ ହୋଇପାରେ ତାହା ଆପଣ କଦାପି ଭାବି ନଥିବେ ।
କଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ :-
ଡିସ୍ପ୍ରିନ୍ କୁ ସେବନ କରିବା ପାଇଁ ପ୍ରଥମେ ଆମେ ଗୋଟିଏ ଗ୍ଲାସ୍ ପାଣିରେ ଏହି ଔଷଧ କୁ ପକାଇ ଥାଉ । ଯେତେବେଳେ ଏହା ମିଳେଇ ଯାଇଥାଏ ଆମେ ତାହାକୁ ସେବନ କରିଥାଉ । କିନ୍ତୁ ଏହି ଔଷଧ ଟି ଆମ ରକ୍ତ ପାଇଁ ଖୁବ୍ କ୍ଷତିକାରକ ଅଟେ । ଏହି ଔଷଧ କୁ ଅଧିକ ବ୍ୟବହାର କରିବା ଦ୍ବାରା ରକ୍ତ ଅଧିକ ପତଳା ହୋଇ ଯାଇଥାଏ । ବ୍ରିଟିଶ ହାର୍ଟ ଫାଉଣ୍ଡେସନ ର ସୂଚନା ଅନୁସାରେ ଯେଉଁ ଲୋକ ମାନେ ନିୟମିତ ଡିସ୍ପ୍ରିନ୍ ସେବନ କରି ଥାଆନ୍ତି ସେମାନେ ବିଭିନ୍ନ ପ୍ରକାରର ସାଇଡ ଇଫେକ୍ଟ୍ ର ସମ୍ମୁଖୀନ ହୋଇ ଥାଆନ୍ତି । ଯେପରିକି ପେଟ ସମ୍ବନ୍ଧିତ ବିଭିନ୍ନ ପ୍ରକାରର ସମସ୍ୟା , ଲଗାତାର ବାନ୍ତି ସମସ୍ୟା , ଆପଚ ସମସ୍ୟା ଇତ୍ୟାଦି । ଏହାଛଡା ଡିସ୍ପ୍ରିନ୍ ରକ୍ତଚାପ ରୋଗୀ ଙ୍କ  ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ ।
ଡିସ୍ପ୍ରିନ୍ ର ବ୍ୟବହାର ଅନ୍ୟ କିଛିଟା ରୋଗ ପାଇଁ କରାଯାଇ ଥାଏ । ଯେପରିକି ହାର୍ଟ ଷ୍ଟ୍ରୋକ , ମାଇଗ୍ରେନ ଷ୍ଟ୍ରୋକ ଓ ଶରୀର ର ଅନ୍ୟ ଯନ୍ତ୍ରଣା ପାଇଁ ମଧ୍ୟ ବ୍ୟବହାର ହୋଇଥାଏ । ଜ୍ଵର ଓ ଅନ୍ୟ କୌଣସି ରୋଗ ପାଇଁ ମଧ୍ୟ ଡିସ୍ପ୍ରିନ୍ ର ବ୍ୟବହାର ହୋଇଥାଏ । ବିଶେଷ ଭାବରେ ଡିସ୍ପ୍ରିନ୍ ଗୋଟିଏ ନନ୍ ଇମ୍ଫ୍ଲା ମେଟରି ଔଷଧ ଅଟେ । ଯାହାର ପ୍ରୟୋଗ ଯନ୍ତ୍ରଣା କମାଇବା ଓ ଫୁଲା କମାଇବା ପାଇଁ କରାଯାଇ ଥାଏ ।
ନିୟମିତ ଡିସ୍ପ୍ରିନ୍ ସେବନ ରକ୍ତଚାପ ବୃଦ୍ଧି ର କାରଣ ଅଟେ । ଯଦି ଗର୍ଭବତୀ ମହିଳା ମାନେ ଏହାକୁ ସେବନ କରିବେ ତେବେ ଏହା ତାଙ୍କ ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ । ସ୍ତନ୍ୟ ପାନ କରାଉଥିବା ମହିଳା ମାନେ କଦାପି ଡିସ୍ପ୍ରିନ୍ ସେବନ କରିବା ଉଚିତ୍ ନୁହେଁ ।
Govt
Leave A Reply