ଚଣ୍ଡିଖୋଲ,୧୦/୦୩ : ବଡଚଣା ବିଧାୟକ ଅମରପ୍ରସାଦ ଶତପଥୀ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ସେନାପତିଙ୍କ ଏକ ବିକୃତ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଯିବା ଓ ସେହି ଫଟୋକୁ ନେଇ ଏକ ନିର୍ଦ୍ଦିଷ୍ଟ ସମ୍ବାଦ ପତ୍ରରେ ଅରୁଚିକର ଖବର ପ୍ରକାଶନକୁ ବଡଚଣା ବିଜେଡି ତଥା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି! ଶୁକ୍ରବାର ଦିନ ଚଣ୍ଡିଖୋଲ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏହି ଘଟଣାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା! ଏଥିରେ ନିଜେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ସେନାପତି ଉପସ୍ଥିତ ହୋଇ ପ୍ରକାଶିତ ଖବର ଓ ଫଟୋକୁ ବିକୃତ ମାନଶିକତା ବୋଲି କହିବାସହ ଏହା ସମଗ୍ର ନାରୀ ସମାଜକୁ ଆଘାତ ଦେଇଛି ବୋଲି କହି ଘଟଣାର ଦୃଢ ନିନ୍ଦା କରିଥିଲେ!ଏହି ଫଟୋ ବହୁ ପୁରୁଣା ଓ ରାକ୍ଷୀ ପୂର୍ଣ୍ଣିମାରେ ବିଧାୟକଙ୍କୁ ରାକ୍ଷୀ ବାନ୍ଧିବା ସମୟର ବୋଲି ସେ କହିଥିଲେ!
ବିଜେଡି ବ୍ଳକ ସଭାପତି ଅରବିନ୍ଦ ସାମଲ ଏହି ସମ୍ମିଳନୀକୁ ଅଧ୍ୟକ୍ଷତା କରି ଏପରି ନିନ୍ଦନୀୟ ଘଟଣାକୁ ନେଇ ଆଇନର ଆଶ୍ରୟ ନିଆଯିବ ଓ ବଡଚଣାରେ ବିଜେଡି ନିନ୍ଦୁକ ମାନଙ୍କୁ କଡା ଯବାଵ ଦେବବୋଲି କହିଥିଲେ!ବିଜେଡି ଜିଲ୍ଲା ଉପସଭାପତି ଶାରଦା ମହାନ୍ତି ଉପସ୍ଥିତ ରହି ଘଟଣାର ନିନ୍ଦା କରିବାସହ ଯେଉଁମାନେ ଏହାକୁନେଇ ବିଧାୟକଙ୍କ ଇସ୍ତଫା ଦାବି କରିଛନ୍ତି ସେମାନେ ବଡଚଣା ବାସୀଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ ହୋଇଛନ୍ତି ବୋଲି କହିଥିଲେ!ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଛାତ୍ର ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଯତୀନ୍ଦ୍ର ନାୟକ,ନିରଞ୍ଜନ ସେନାପତି, ସଞ୍ଜୟକୁମାର ସ୍ୱାଇଁ,ମସିର ଆଲମ,ପ୍ରାକ୍ତନ ବ୍ଳକ ଉପାଧ୍ୟକ୍ଷ ପଞ୍ଚାନନ ଧଳଙ୍କ ସହ ବିଜେଡିର ବହୁ ଦଳୀୟ କର୍ମକର୍ତ୍ତା ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଘଟଣାକୁ ନିନ୍ଦା କରିବା ସହ ଏହା ବଡଚଣା ବିଜେଡ଼ି ଓ ବିଧାୟକଙ୍କ ଲୋକପ୍ରିୟତାକୁ ସହିପାରୁ ନଥିବା ନିନ୍ଦୁକ ମାନଙ୍କ ହୀନ କାର୍ଯ୍ୟ ବୋଲି କହିଥିଲେ! ଆଗାମୀ ଦିନରେ ଏହି ଘଟଣାକୁ ନେଇ ଆଇନର ଆଶ୍ରୟ ନିଆଯିବା ସହ ଦଳ ପକ୍ଷରୁ ଦୃଢ ଜବାବ ଦିଆଯିବ ବୋଲି ସମସ୍ତ ନେତୃମଣ୍ଡଳି ପ୍ରକାଶ କରିଥିଲେ! ତେବେ ଏହି ଘଟଣାକୁ ନେଇ ବଡଚଣା ରାଜନୀତି ସରଗରମ ହୋଇଥିବା ଦେଖାଯାଇଛି!
