ସାକ୍ଷୀଗୋପାଳ ତା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବୀର ରାମଚନ୍ଦ୍ର ପୁର ସରପଞ୍ଚ ଦୀପା ବେହେରାଙ୍କର ନିମାପଡା ନିକଟରେ ଆଜି ଏକ ରାସ୍ତା ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଅଛି l ସ୍ବର୍ଗତ ଦୀପା ବେହେରାଙ୍କ ସ୍ୱାମୀ ଅଜୟ କୁମାର ବେହେରା ଏହି ବୀର ରାମଚନ୍ଦ୍ର ପୁର ପଞ୍ଚାୟତରେ ସରପଞ୍ଚ ଥିଲେ l
ରେଳ ଦୁର୍ଘଟଣାରେ ତାଙ୍କର ମଧ୍ୟ ଅକାଳ ଘଟିଥିଲା l ସ୍ବର୍ଗତ ଅଜୟ କୁମାର ବେହେରା ତା 10-3-2017 ଠାରୁ 19-9-2018 ପର୍ଯ୍ୟନ୍ତ ବୀର ରାମଚନ୍ଦ୍ର ପୁର ପଞ୍ଚାୟତରେ ସରପଞ୍ଚ ରୂପେ କାର୍ଯ୍ୟରତ ଥିଲେ l ତାଙ୍କ ଅକାଳ ବିୟୋଗ ପରେ ଏହି ପଞ୍ଚାୟତରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା l
ଚଳିତ ପଞ୍ଚାୟତ ନିର୍ବାଚନରେ ପୂର୍ବତନ ସରପଞ୍ଚ ସ୍ବର୍ଗତ ଅଜୟ କୁମାର ବେହେରାଙ୍କ ଧର୍ମପତ୍ନୀ ସ୍ବର୍ଗତ ଦୀପା ବେହେରା ସରପଞ୍ଚ ପ୍ରାର୍ଥୀ ରୂପେ ପ୍ରତିଦ୍ବନ୍ଦିତା କରିଥିଲେ ଓ ସରପଞ୍ଚ ରୂପେ ବିଜୟ ଲାଭ କରିଥିଲେ l
ସ୍ବର୍ଗତ ଦୀପା ବେହେରା ଶାସକ ବିଜୁ ଜନତା ଦଳର ଜଣେ ଦୃଢ ସଂଗଠିକା ଥିଲେ l ତାଙ୍କ ଅକାଳ ବିୟୋଗରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ସମେତ ଅନ୍ୟମାନେ ଗଭୀର ଶୋକ ପ୍ରକାଶ କରିଥିଲେ l ସ୍ୱାମୀ ସରପଞ୍ଚ ରୂପେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ l ସ୍ତ୍ରୀ ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଲେ l ଏହି ବିରଳ ଘଟଣା ସତ୍ୟବାଦୀ ରାଜନୈତିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଅଛି l
