ବେତନଟୀ : ବୈଶିଙ୍ଗା ପଞ୍ଚାଯତ ଅଧିନ ଡାହିବାଡି ଗ୍ରାମରେ ରବିବାର ଦିନ ଆଦିବାସୀ ସମ୍ପ୍ରଦାୟର ଜାହିରା ପୂଜା ମହା ଧୂମଧାମରେ ପାଳିତ ହୋଇଥିବା ଜଣାଯାଇଛି। ଗ୍ରାମର ମହାତ୍ମାଗାନ୍ଧି କଲେଜ ନିକଟସ୍ଥ ଜାହିରା ପୀଠରେ ପୂଜକ ମୋହନ ସରେନ ବଡଠାକୁର ଙ୍କୁ ପୂଜାର୍ଚ୍ଚନା କରିବା ପରେ ଗ୍ରାମବାସୀମାନେ ଧୂମସା ମାଦଳ ବଜାଇ ନାଚଗୀତରେ ମସଗୁଲ ହୋଇଯାଇଥିଲେ। ଗ୍ରାମବାସୀମାନଙ୍କ ମଧ୍ୟରେ ମନ୍ଦୋଦରୀ ସରେନ, ମଦନ ସରେନ଼, ଅନାଦି ସରେନ଼, ସୂର୍ଯ୍ୟ ସରେନ଼,ହାଡିରାମ ମାଝୀ, କୁମାର ମାଝୀ, ସୁନ୍ଦର ମୋହନ ମାଝୀଙ୍କ ସମେତ ଅନ୍ୟ ବରିଷ୍ଠ ଗ୍ରାମବାସୀ ମାନେ ଯୋଗ ଦେଇଥିଲେ। ଶାଳଫୁଲ ଫୁଟିଲେ ପରମ୍ପରା ଅନୁଯାଇ “ସାଗୁନ ବାହା ବଙ୍ଗା” ନାମରେ ପ୍ରକୃତିରାଣୀଙ୍କୁ ପୂଜା କରାଯାଇଥାଏ ବୋଲି ଗ୍ରାମର ବରିଷ୍ଠ ବ୍ୟକ୍ତି ହାଡ଼ିରାମ ମାଝୀ ପ୍ରକାଶ କରିଥିଲେ।ଏହି ପୂଜାକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ରଙ୍ଗାମାଟିଆ ଗ୍ରାମର ବିଶିଷ୍ଠ ବ୍ୟକ୍ତି ସୃଷ୍ଟିଧର ଦାସ ଓ ନବଘନ ମଣ୍ଡଳ ସହଯୋଗ କରିଥିଲେ।
