ଆସିଗଲା ଗରମ ଦିନ , ନିଜକୁ ଗ୍ରୀଷ୍ମ ପ୍ରବାହ ରୁ ରକ୍ଷା କରିବା ସହିତ ବିଭିନ୍ନ ଶାରିରୀକ ସମସ୍ୟା ରୁ ରକ୍ଷା କରିଥାଏ ତରଭୁଜ
ଗ୍ରୀଷ୍ମ ଋତୁ ଆସିବା ମାତ୍ରକେ ସ୍ଵାଦିଷ୍ଟ ଓ ରସ ଯୁକ୍ତ ଫଳ କୁ ଖାଇବାର ମିଳିଥାଏ ଅଦ୍ଭୁତ ଲାଭ । ସେହି ଗରମ ଦିନର ଫଳ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ତରଭୁଜ । ବିଶେଷ ଭାବରେ ତରଭୁଜ ଗୋଟିଏ ଏଭଳି ଫଳ ଯାହାକୁ ଖାଇବା ଦ୍ବାରା ଶରୀର କୁ ମିଳିଥାଏ ଚମତ୍କାର ଲାଭ । ଗ୍ରୀଷ୍ମ ଋତୁରେ ଫଳ ଖାଇବା ଦ୍ବାରା ଶରୀର କୁ ମିଳିଥାଏ ଆଣ୍ଟି ଅକ୍ସିଡାଣ୍ଟ ଭରପୁର ଲାଭ ।
ତରଭୁଜ ରସଯୁକ୍ତ ଓ ସ୍ଵାଦିଷ୍ଟ ହୋଇଥାଏ ଓ ଆପଣଙ୍କ ଶରୀର କୁ ହାଇଡ୍ରେଟ କରିବାରେ ସାହାଯ୍ୟ କରିଥାଏ । ଯାହାକି ଗ୍ରୀଷ୍ମ ଋତୁରେ ଆପଣ ଙ୍କ ଶରୀର ପାଇଁ ଖୁବ୍ ଆବଶ୍ୟକ । ବିଶେଷ ଭାବରେ ତରଭୁଜ ଆପଣ ମଧ୍ୟାହ୍ନ ସମୟରେ କିମ୍ବା ସନ୍ଧ୍ୟା ସମୟରେ ଖାଇବା ଉଚିତ୍ ।
* ତରଭୁଜ ଭିଟାମିନ ସି ରେ ଭରପୁର ଅଟେ । ଯାହା ଇମ୍ୟୁନିଟି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଭିଟାମିନ ଏ ତ୍ଵଚା କୁ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରିଥାଏ ।
* କିଛି ଲୋକ ଙ୍କ ର ଭୁଲ ଧାରଣା ରହିଥାଏ ତରଭୁଜ ମିଠା ହୋଇଥାଏ । କିନ୍ତୁ ଗୋଟିଏ ଅଧ୍ୟୟନ ରୁ ଜଣା ପଡ଼ିଛି ଯେ ୧୦୦ ଗ୍ରାମ ତରଭୁଜ ରେ ମାତ୍ର ୬.୨ ଗ୍ରାମ ଚିନି ରହିଥାଏ । ଏଥିରେ ଖୁବ୍ କମ୍ କ୍ୟାଲୋରୀ ରହିଥାଏ । ତେଣୁ ତରଭୁଜ ଖାଇବାକୁ ଆଦୌ ଡରନ୍ତି ନାହିଁ ।
* ତରଭୁଜ ରେ ଅନେକ ପୋଷାକ ତତ୍ତ୍ଵ ରହିଥାଏ । ଅଧ୍ୟୟନ ଅନୁସାରେ ତରଭୁଜ ରେ ଥିବା ଲାଇକୋପିନ୍ କୋଲେଷ୍ଟ୍ରାଳ ନିୟନ୍ତ୍ରଣ କରି ବ୍ଲଡ ପ୍ରେସର୍ ନିୟନ୍ତ୍ରଣ ରଖିଥାଏ । ଏହାଛଡା ତରଭୁଜ ରେ ଏମିନୋ ଏସିଡ ସିଟୁ ଲାଇନ୍ , ନାଇଟ୍ରିକ ଅକ୍ସାଇଡ୍ ରହିଥାଏ ଯାହା ବ୍ଲଡ ଶୁଗର ବଢିବାକୁ ଦେଇ ନଥାଏ ।
* ଲାଇକୋପିନ୍ ଆପଣଙ୍କ ଚକ୍ଷୁ ର ଦୃଷ୍ଟି ଶକ୍ତି ପାଇଁ ଖୁବ୍ ହିତକର । ତେଣୁ ତରଭୁଜ ରେ ଥିବା ଲାଇକୋ ପିନ୍ ଆଖିର ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ । ତେଣୁ ଗ୍ରୀଷ୍ମ ପ୍ରବାହ ଦ୍ଵାରା ଚକ୍ଷୁ ପୋଡ଼ିବା, ଆଖିରୁ ପାଣି ବୋହିବା , ଇତ୍ୟାଦି ତରଭୁଜ ଖାଇବା ଦ୍ବାରା ଦୂର ହୋଇଥାଏ ।
* ତରଭୁଜ ରେ ଭିଟାମିନ ସି ପ୍ରଚୁର ପରିମାଣ ରେ ରହିଥାଏ । ଅଧ୍ୟୟନ ଅନୁସାରେ ତରଭୁଜ ଖାଇଲେ ଦାନ୍ତ ମାଢିକୁ ମଜବୁତ ରଖିଥାଏ ଓ ଓରାଲ ସମସ୍ୟା ଦୂର ହୋଇଥାଏ । ତରଭୁଜ ପାଟି ର ବ୍ୟାକ୍ଟେରିଆ କୁ ନଷ୍ଟ କରିଥାଏ ।
* ଉଚ୍ଚ ରକ୍ତଚାପ ରୋଗୀ ମାନେ ଗ୍ରୀଷ୍ମ ଋତୁରେ ତରଭୁଜ ସେବନ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ । ଏହାଛଡା କୋଲଷ୍ଟ୍ରାଲ ସମସ୍ୟା ଦୂର ହୋଇ ହାର୍ଟ ସୁରକ୍ଷିତ ରହିଥାଏ ।
* ତରଭୁଜ ପ୍ରୋଷ୍ଟ୍ରେଟ ସମସ୍ୟା ଦୂର କରିବା ସହିତ କିଡନୀ କୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ । ଏହାଛଡା ପରିସ୍ରା ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର କରିଥାଏ । ଗ୍ରୀଷ୍ମ ଋତୁରେ ତରଭୁଜ ଶରୀର ର ଜଳୀୟ ଅଂଶ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଗ୍ରୀଷ୍ମ ପ୍ରବାହ ଅର୍ଥାତ୍ ଅଂଶୁ ଘାତ ସମସ୍ୟା ଦୂର କରିଥାଏ ତରଭୁଜ। ।
