Odisha news

ସାବଧାନ ! ଅଧ୍ୟୟନ ରୁ ଜଣାପଡିଛି ଯେ ନିଦ୍ରା ହୀନତା ହୋଇପାରେ ହାର୍ଟ ଷ୍ଟ୍ରୋକ ର କାରଣ

0
ଆଜିକାଲି ବଡ଼ ବଡ଼ ସେଲିବ୍ରେଟି ମାନଙ୍କୁ ହୃଦଘାତ ହେଉଥିବାର ଅନେକ ଖବର ଆମ ସାମ୍ନାକୁ ଆସୁଚି । ନିକଟରେ ବଲିଉଡ୍ ହିରୋଇନ୍ ଓ ମିସ୍ ୟୁନିଭର୍ସ ହାର୍ଟ ଆଟାକ ର ସମ୍ମୁଖୀନ ହୋଇଥିବା ଆମେ ଶୁଣିବାକୁ ପାଇଥିଲୁ। ସେ ଭାରତୀୟ ୟୁଥ୍ ଆଇକନ୍ ମାନଙ୍କ ମଧ୍ୟରୁ ଜଣେ । ତେଣୁ ଏତେ କମ୍ ବୟସ ରେ ହାର୍ଟ ସମସ୍ୟା ଦେଖାଯିବା ସାଧାରଣ କଥା ନୁହେଁ । ନିକଟରେ ଅନେକ ଗୁଡ଼ିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ଏତେ କମ୍ ବୟସ ରୁ ହାର୍ଟ ଅଟାକ୍ ହେବା ପଛରେ ରହିଛି ଅନେକ ଗୁଡ଼ିଏ କାରଣ । ଅର୍ଥାତ୍ ଖରାପ ଲାଇଫ ଷ୍ଟାଇଲ, ଖାଦ୍ୟର ପ୍ରଭାବ ଗୋଟିଏ ବଡ ବିପଦ ର କାରଣ ଅଟେ ।
୩ଲକ୍ଷ ଲୋକଙ୍କୁ ନେଇ ହୋଇଥିଲା ଅଧ୍ୟୟନ :-
ଗୋଟିଏ ରିପୋର୍ଟ ଅନୁସାରେ ୟୁକେ ବାୟୋ ବ୍ୟାଙ୍କ୍ ଦ୍ଵାରା ୩ଲକ୍ଷ ରୁ ଅଧିକ ମାଧ୍ୟମ ଆୟୁ ବର୍ଗ ର ଲୋକ ଙ୍କ ର ଡାଟା ସଂଗ୍ରହ କରାଯାଇ ଥିଲା । ସଭିଙ୍କ ଡାଟା କୁ ଅଧ୍ୟୟନ କରାଯାଇ ଥିଲା । ସେଥିରେ ସାମ୍ନା କୁ ଆସିଥିଲା ଯେ ଦକ୍ଷିଣ ଡେନମାର୍କ ବିଶ୍ଵ ବିଦ୍ୟାଳୟ ଓ ସିଡନୀ ବିଶ୍ଵ ବିଦ୍ୟାଳୟ ଗବେଷଣା ଅନୁସାରେ ଯେଉଁ ବ୍ୟକ୍ତି ମାନେ ସୁସ୍ଥ ନିଦରେ ଶୋଇ ଥାଆନ୍ତି ସେମାନଙ୍କ ହାର୍ଟ ଅଧିକ ସୁସ୍ଥ ରହିଥାଏ ।
* ଏପରି ଲୋକ ଙ୍କ ପ୍ରତି ରହିଥାଏ ଅଧିକ ବିପଦ -:
ଏହି ଷ୍ଟଡି ରେ ଜଣା ପଡିଥିଲା ଯେ ଯେଉଁ ବ୍ୟକ୍ତି ମାନେ ଠିକ୍ ଭାବରେ ଶୋଇ ପାରନ୍ତି ନାହିଁ , ନିଦ୍ରା ହୀନତା ର ଶିକାର ହୋଇ ଥାଆନ୍ତି , ଘୁଙ୍ଗୁଡ଼ି ମାରିବା, ବିଳମ୍ବିତ ରାତିରେ ଶୋଉ ଥିବା ମହିଳା ଓ ପୁରୁଷ ମାନଙ୍କୁ ହାର୍ଟ ଆଟକ ର ଅଧିକ ସମ୍ଭାବନା ହେବାର ରହିଥାଏ ।
* ବର୍ଦ୍ଧିତ ବୟସ ରେ ଦେଖା ଦେଇପାରେ ଏହିସବୁ ରୋଗ ର ସମସ୍ୟା :-
ଗବେଷଣା ରୁ ଜଣା ପଡ଼ିଛି ଯେ ଲୋକେ ସମୟ ସହିତ ଖରାପ ନିଦର ସମ୍ମୁଖୀନ ହୋଇ ଥାଆନ୍ତି । ଯୁବା ବସ୍ଥାରୁ ବାର୍ଦ୍ଧକ୍ୟ ଆଡ଼କୁ ଯିବା ମାତ୍ରକେ ନିଦ୍ରା ହୀନତା ସମସ୍ୟା ଦେଖା ଦେଇପାରେ । ସ୍ଲିପ ଏପିନିଆ ନିଦ ସହିତ ଯୋଡି ହୋଇଥିବା ଗୋଟିଏ ରୋଗ ଅଟେ । ବର୍ଦ୍ଧିତ ବୟସ ରେ ଏହି ରୋଗ ମଣିଷ କୁ ଅଧିକ ଆକ୍ରାନ୍ତ କରିଥାଏ । ଯେଉଁ ଲୋକ ମାନେ ସ୍ଲିପ୍ ଏପିନିଆ ର ସମ୍ମୁଖୀନ ହୋଇ ଥାଆନ୍ତି ସେମାନେ ଅଧିକ ହୃଦ୍ ଘାତ ର ଶିକାର ହୋଇ ଥାଆନ୍ତି ।
* ଏଭଳି ଭାବରେ କରାଯାଇ ଥିଲା ଅଧ୍ୟୟନ :-
ଏହି ଅଧ୍ୟୟନ ରେ ୩ଟି କଟଗୋରୀ କରାଯାଇ ଥିଲା । ଏଥିରେ ଦେଖିବାକୁ ମିଳିଥିଲା କିଛି ଲୋକ ଖୁବ୍ କମ ସୋଇଥିଲେ , କିଛି ଲୋକେ ଖୁବ୍ ଅଧିକ ଆଉ କିଛି ଲୋକେ ସୁସ୍ଥ ନିଦ୍ରାରେ ଶୋଉ ଥିଲେ । ଏହି ସମସ୍ତ ବ୍ୟକ୍ତି ଙ୍କ ବୟସ ୪୦ ବର୍ଷ ରହିଥିଲା । ଯେଉଁମାନେ ସବୁଠୁ ଅଧିକ ସୁସ୍ଥ ନିଦ୍ରାରେ ଶୋଉ ଥିଲେ ସେମାନଙ୍କ ହାର୍ଟ ସଂପୂର୍ଣ୍ଣ ସୁସ୍ଥ ମିଳିଥିଲା ।
Nalco
Leave A Reply