ଆଠଗଡ: ତା ୫/୩/୨ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ ଜନ୍ମଜୟନ୍ତି ମହାସମାରୋହରେ ପାଳିତ ହୋଇଯାଇଛି। ଆଠଗଡ଼ ସହରରେ ଥିବା ବିଜୁ ବାବୁଙ୍କ ପ୍ରତିର୍ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ଆଠଗଡ଼ ଉପଖଣ୍ଡ ଡ଼ାକ୍ତରଖାନା ଓ ଉପକାରାଗାରର ଅନ୍ତେବାସୀ ଙ୍କୁ ଫଳମୂଳ ବଣ୍ଟନ କରାଯାଇଥିଲା ଏବଂ ଆଠଗଡ ଵ୍ଲକ କଟକିଆସାହି ପଞ୍ଚାୟତ ଠାରେ ଜୀବନବିନ୍ଦୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏହି ଶିବିର ରେ ୧୨୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଅପରାହ୍ନରେ ଇଚ୍ଛାପୁର ଛକ ଠାରେ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ପୂର୍ଣାଵୟଵ ପ୍ରତିମୂର୍ତ୍ତି କୁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଅନାବରଣ କରିଥିଲେ।ପରେ ଯୁବ ନେତା ଆଦିତ୍ୟ ପ୍ରତାପ ସ୍ବାଇଁ ଙ୍କ ନେତୃତ୍ବରେ ଆଠଗଡ ନିର୍ବାଚନ ମଣ୍ଡଳୀ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ବିଭିନ୍ନ ପଞ୍ଚାୟତ ରୁ ସାଇକେଲ ଯାତ୍ରା କରି ଆଠଗଡ଼ ମହୋତ୍ସବ ପଡିଆ ଠାରେ ପହଞ୍ଚିଥିଲା। ଆଜି ଆଠଗଡ଼ ବ୍ଲକ ର ୮୦୮ ଜଣ ହିତାଧିକାରୀ ଓ ଏନ୍ ଏ ସି ର୬୦ ଜଣ ହିତାଧିକାରୀ ଙ୍କୁ ମଧୁବାବୁ ବାର୍ଦ୍ଧକ୍ୟ ଭତ୍ତା ସହରୀ ମିଶନ ଶକ୍ତି ଯୋଜନା ମାଧ୍ୟମରେ ୪୯ ସାଇକେଲ ବଣ୍ଟନ କରାଯାଇଥିଲା। ଆଠଗଡ଼ ଵ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ ଙ୍କ ଅଧ୍ୟକ୍ଷତାରେ ଏକ ସ୍ମୂତିସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମନ୍ତ୍ରୀ ସ୍ବାଇଁ ଙ୍କ ସମେତ ସସ୍ମିତା ରାଉତ, ଵି ଶୁଭ୍ର ଶଙ୍କର ଜ୍ୟୋତି, ସୁବାସ ମଲ୍ଲିକ, ସଂଧ୍ୟାରାଣୀ ନାୟକ, ମାନସ ସାହୁ, ଶାନ୍ତି ଲତା ବେହେରା, ମିନତୀ ଗାଗରାଇ, ସସ୍ମିତା ରାଉତ,ଵଳଭଦ୍ର ଵାଘ,ସଂଜୟ ମଲ୍ଲିକ, ନୃସିଂହ ମହାପାତ୍ର, ପ୍ରଦୀପ୍ତ ଦାସ, ନାରାୟଣ ପଣ୍ଡା, ଭାଗିରଥି ନନ୍ଦ ପ୍ରମୁଖ ଯୋଗଦେଇ ଥିଲେ।
