Odisha news

ଗଜପତି ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

0

ପାରଳାଖେମୁଣ୍ଡି:୪/୩ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କନଫେରାନ୍ସ ହଲ ଠାରେ ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି।ଏହି ପ୍ରଶିକ୍ଷଣ ୧ ମାର୍ଚ୍ଚ ୨୦୨୨ଠାରୁ୩ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଚାଲୁରହିଥିଲା। କାଶୀ ନଗର ବ୍ଲକ , ଗୁମ୍ମା ବ୍ଲକ ଓ ଗୋଶାଣୀ ବ୍ଲକର ୨୦ଜଣ କୁକୁଡ଼ା ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଡେପୁଟି ଡ଼ାଇରେକ୍ଟର ଭେଟେନେରୀ ଡକ୍ଟର ବିଦ୍ୟୁତ ଶେଖର ମିଶ୍ର, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ନାରାୟଣ ମହାପାତ୍ର, ଡକ୍ଟର ତରୁଣେନ୍ଦୁ ପାତ୍ର ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ (AW) ପ୍ରମୁଖ ମଞ୍ଚା ସିନ ଥିଲେ।ବ୍ରୟଲର କୁକୁଡ଼ା ପାଳନ ଉପରେ ଚାଷୀ ମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ କୁକୁଡ଼ା ପାଳନ, ଅଳ୍ପ ଖର୍ଚ୍ଚ କରି କିପରି ଅତ୍ୟଧିକ ଲାଭବାନ ହେବେ ତା ଉପରେ ତାଲିମ ପ୍ରଦାନ କରାଯାଇଛି। କୁକୁଡ଼ା ମାନଙ୍କ ବିଭିନ୍ନ ପ୍ରକାର ରୋଗର ପ୍ରତିଷେଧକ ବ୍ୟବସ୍ଥା, ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ବୁଝାଇ ଥିଲେ।ଆଜି ଶେଷ ଦିନରେ କୁକୁଡ଼ା ଚାଷି ମାନଙ୍କୁ ନେଇ କ୍ଷେତ୍ର ପରିଦର୍ଶନ କରାଯାଇଥିଲା। ଶେଷରେ ତାଲିମ ପାଇଥିବା କୁକୁଡ଼ା ଚାଷୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶିକ୍ଷଣ ସଂଯୋଜକ ଡକ୍ଟର ଅଭିଜିତ ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।

Nalco
Leave A Reply