ଦଶପଲ୍ଲା ୨/୩ : ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗୋଷ୍ଠି ସହଭାଗିତା ର ଉତ୍ସବ ଓ ସାଇକେଲ ବିତରଣ ର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ଓ ମିଶନ ଶକ୍ତି ର ମିଳିତ ଆନୁକୁଲ୍ୟରେ ମିଶନ ଶକ୍ତି ଗୁଡିକୁ ଉତ୍ସାହିତ କରିବା ପାଇଁ ସାଇକେଲ ବିତରଣ କରାଯାଇଛି। ରାଜ୍ୟ ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗ ପକ୍ଷରୁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ସାଇକେଲ ବଣ୍ଟନ ର ଶୁଭାରମ୍ଭ କରିଥିବା ବେଳେ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ଏହାର ଶୁଭାରମ୍ଭ ହୋଇଛି। ଏ ଅବସର ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଧକ୍ଷା ପୁନମ ପ୍ରିୟଦର୍ଶିନୀ, ଉପାଧକ୍ଷ କିଶୋର ଚନ୍ଦ୍ର ଦାସଙ୍କ ସହ ସମସ୍ତ ୧୬ ଗୋଟି ୱାର୍ଡ଼ର କାଉଁସିଲର ମାନେ ଯୋଗ ଦେଇ ମିଶନ ଶକ୍ତିର ସ୍ଵଛ ସାଥି, ଜଳସାଥି, ସ୍ଵଛକର୍ମୀ, ଆହାରକର୍ମୀ ଓ ସ୍ଵଛ ସୁପର ଭାଇଜର ଆଦିଙ୍କୁ ମୁଖ୍ୟ ଅତିଥି ସାଇକେଲ ବଣ୍ଟନ କରିଥିଲେ। ସମୁଦାୟ ୩୯ ଟି ସାଇକେଲ ବଣ୍ଟନ କରଯାଇଥିଲା। ଏହି ସାଇକେଲ ଯୋଗେ ମିଶନ ଶକ୍ତିର ମହିଳା ମାନେ ସୁଚାରୁ ରୂପେ ନିଜ କାର୍ଯ୍ୟ ତୁଲାଇ ପାରିବେ। ସୂଚନା ଯୋଗ୍ୟଯେ, ଆମ ରାଜ୍ୟର ୧୧୫ ଗୋଟି ସହରାଞ୍ଚଳରେ ଆଜିର ଦିନରେ ୮୦୦୦ ମିଶନ ଶକ୍ତି ମହିଳା ଙ୍କୁ ସାଇକେଲ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜ୍ଞପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ଵମ୍ବର ମହାପାତ୍ର ମଞ୍ଚ ସଂଯୋଜନା କରିଥିବା ବେଳେ ପରିଷଦର ସମସ୍ତ କର୍ମଚାରୀ ଓ ମିଶନ ଶକ୍ତିର ମହିଳା ମାନେ ଉପସ୍ଥିତ ଥିଲେ । ଶେଷରେ ଉପାଧକ୍ଷ କିଶୋର ଚନ୍ଦ୍ର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।
