ଯଦି ଆପଣ ଆର୍ଟିଫିସିଆଲ ସ୍ବୀଟନର ର ବ୍ୟବହାର କରୁଛନ୍ତି ତେବେ ହୋଇ ଯାଆନ୍ତୁ ସତର୍କ, ହୋଇପାରନ୍ତି ଏହିସବୁ ସମସ୍ୟାର ସମୁଖୀନ
ଯଦି ଆପଣ ମଧ୍ୟ ସେହି ଲୋକଙ୍କ ମଧ୍ୟରୁ ଜଣେ , ଯେଉଁମାନେ ରିଫାଇଣ୍ଡ ଚିନି ଠାରୁ ଦୂରତା ରଖି ଆର୍ଟିଫିସିଆଲ ସ୍ବୀଟନର ସେବନ କରୁଛନ୍ତି ତେବେ ଏହି ଖବରଟି ଆପଣ ମାନଙ୍କ ପାଇଁ l ଏପରି କରିବା ଆପଣଙ୍କୁ ମୃତ୍ୟୁର ନିକଟତର କରିଦେବ l ଏଭଳି ଏକ ତଥ୍ୟ ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ରୁ ସାମ୍ନା କୁ ଆସିଛି l ଏହି ଅଧ୍ୟୟନ ଅନୁସାରେ ଆର୍ଟିଫିସିଆଲ ସ୍ବୀଟନର ଆପଣଙ୍କୁ ହୃଦ ଘାତର ଶିକାର କରାଇପାରେ l ଏହି ଜିରୋ କ୍ୟାଲୋରୀ ଯୁକ୍ତ ସ୍ବୀଟନର ରେ ଏରିଥ୍ରୀଟୋଲ ନାମକ କମ୍ପାଉଣ୍ଡ ରହିଛି , ଯାହାକି ରକ୍ତ ଜମାଟ ବାନ୍ଧିବା ଓ ହାର୍ଟ ଷ୍ଟ୍ରୋକ ର କାରଣ ହୋଇଥାଏ l ଆମେ ଦୈନନ୍ଦିନ ଖାଉଥିବା ଅନେକ ଗୁଡିଏ ପ୍ୟାକେଜ ଫୁଡ ରେ ମଧ୍ୟ ଆର୍ଟିଫିସିଆଲ ସ୍ବୀଟନର ରହିଛି l
ଗବେଷଣାରୁ ଆସିଲା ଏଭଳି ତଥ୍ୟ –
କ୍ଳୀବଲ୍ୟାଣ୍ଡ କ୍ଲିନିକାଲ ଲର୍ଣ୍ଣର ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ ର ଗବେଷକ ମାନେ ଷୋମବାର ଦିନ ନିଜ ଅଧୟନ ର ତଥ୍ୟ ସାମ୍ନାକୁ ଆଣିଛନ୍ତି l ଯେଉଁଥିରେ କୁହାଯାଇଛି ଯେ ଯେଉଁ ମାନଙ୍କ ରକ୍ତରେ ଏରିଥ୍ରୀଟୋଲ ଉଚତାମ ସ୍ତରରେ ରହିଛି ସେମାନଙ୍କ ନିକଟରେ ହାର୍ଟ ଷ୍ଟ୍ରୋକ ସମସ୍ୟା ସର୍ବାଧିକ ଦେଖିବାକୁ ମିଳିଥାଏ l ଏହି ଗବେଷକ ମାନେ ବିଶ୍ୱର ବିଭିନ୍ନ ସ୍ଥାନରୁ ୪ ହଜାର ଲୋକଙ୍କୁ ନିଜ ଅଧ୍ୟୟନ ରେ ସାମିଲ କରିଥିଲେ l ଏଥିରେ ଜଣା ପଡିଥିଲା ଯେ ଯେଉଁ ମାନଙ୍କ ରକ୍ତରେ ଏରିଥ୍ରୀଟୋଲ ର ମାତ୍ରା ଅଧିକ ରହିଥିଲା ସେମାନେ ଷ୍ଟ୍ରୋକ ସମସ୍ୟାର ସମୁଖୀନ ହେବାର ସମ୍ଭାବନା ଅଧିକ ରହିଥିଲା l
– ଏରିଥ୍ରୀଟୋଲ ଯେଉଁ ମାନଙ୍କ ରକ୍ତରେ ଅଧିକ ଦେଖିବାକୁ ମିଳିଥାଏ ସେମାନଙ୍କ ରକ୍ତରେ ପ୍ଲେଟଲେଟସ କୁ ସକ୍ରିୟ କରିବା ଓ ଅଧିକ ରକ୍ତରେ କ୍ଳଟ ଆସିବାର ସମ୍ଭାବନା ଅଧିକ ରହିଥାଏ l
– ଗବେଷକ ଙ୍କ ମତରେ ମଧୁମେହ ଦ୍ୱାରା ଗ୍ରାସିତ ବ୍ୟକ୍ତି ଅଧିକ ସୁଗାର ଫ୍ରୀ ଜିନିଷ ବ୍ୟବହାର କରନ୍ତି, ଯେଉଁଥିରେ ଆର୍ଟିଫିସିଆଲ ସୁଗାର ର ମାତ୍ରା ଅଧିକ ରହିଥାଏ l ତେଣୁ ହାର୍ଟ ଷ୍ଟ୍ରୋକ ର ସମ୍ଭାବନା ଅଧିକ ବଢି ଯାଇଥାଏ l
– ଏରିଥ୍ରୀଟୋଲ ରହିଥିବା ଖାଦ୍ୟ ରେ ରକ୍ତଚାପ ସମସ୍ୟା ଅଧିକ ବୃଦ୍ଧି ହୋଇଥାଏ l ରକ୍ତଚାପ ପ୍ରାୟ ପ୍ରତ୍ୟେକ ମୁହୂର୍ତ ରେ ବୃଦ୍ଧି ହୋଇଥାଏ l
– ଏରିଥ୍ରୀଟୋଲ ପାଖାପାଖି ୭୦ ପ୍ରତିଶତ ଚିନି ଭଳି ମିଠା ହୋଇଥାଏ, ତେଣୁ ଏହାକୁ ସେବନ କରିବା ଦ୍ୱାରା ୟୁରିନାରୀ ୱେ ମଧ୍ୟ ପ୍ରଭାବିତ ହୋଇଥାଏ l ତେଣୁ ଆର୍ଟିଫିସିଆଲ ସୁଗାର ଠାରୁ ଦୁରେଇ ରହିବା ନିହାତି ଆବଶ୍ୟକ l
– ଆମେମାନେ ନିଜର ଓଜନ ହ୍ରାସ ପାଇଁ ଆର୍ଟିଫିସିଆଲ ସୁଗାର ସେବନ କରିଥାଉ, କିନ୍ତୁ ତାହା ଶରୀର ପାଇଁ ଠିକ ନୁହେଁ l ଏହା ଓଜନ ହ୍ରାସ କରୁ କି ନକରୁ ଅନେକ ଗୁଡିଏ ଶାରୀରିକ ସମସ୍ୟାର ଗୋଟିଏ ବଡ଼ କାରଣ ହୋଇଥାଏ l