ରଣପୁର…. ନୟାଗଡ ଜିଲ୍ଲା ରଣପୁର ପୋଲିସ କୁ ମିଳିଛି ବଡ଼ ସଫଳତା ଦୀର୍ଘ ଦିନ ଧରି ଫାଇନସ କର୍ମଚାରୀ ଟଙ୍କା ଲୁଟ ମାମଲା ରେ ଅଭିଯୁକ୍ତ ଫେରାର ଥିବା ବେଳେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି… ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ଗତ ବର୍ଷ ସେପ୍ଟେମ୍ବର ମାସ 2022ରେ ରଣପୁର ଏନ. ଏସି ଅଧିନସ୍ଥ ସାନଗଡ଼ ଗ୍ରାମ ହରିଜନ ସାହି ର ବାଦଲ ଘଡେଇ ଓ ଦୁଇ ଜଣ ସହଯୋଗୀ ସହିତ ମିଶି ରଣପୁର ଥାନା ଅନ୍ତ୍ରଗତ ବ୍ରଜରାଜପୁର ପଞ୍ଚାୟତ ଶ୍ୟାମଘନପୁର ଜଙ୍ଗଲିଆ ରାସ୍ତା ର ସୁଯୋଗ ନେଇ ରାସ୍ତା ଅଟକାଇ ଦିନଦ୍ବିପହରେ ଫାଇନାସ କର୍ମଚାରୀ ଙ୍କୁ ମାରଣାସ୍ତ୍ର ଦେଖାଇ ମାଡମାରି ଭୟଭୀତ କରି ସେମାନଙ୍କ ଠାରୁ ନଗଦ 26000 ହଜାର ଟଙ୍କା ସହିତ ମୋବାଇଲି ଫୋନ ଲୁଟି ନେଇ ଥିଲେ ତେବେ ଏନେଇ କର୍ମଚାରୀ ଜଣକ ରଣପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ ରଣପୁର ପୋଲିସ 236/2022 ରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲେ ତେବେ ତଦନ୍ତ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା ବେଳେ ପୋଲିସ ତାକୁ ଧରିବା ପାଇଁ ଚେଷ୍ଟା ଜାରିରଖିଥିଲେ ଗତକାଲି ରବିବାର ରାତିରେ ଅଭିଯୁକ୍ତ ବାଦଲ ନିଜ ଘରକୁ ଆସିଥିବା ନେଇ ରଣପୁର ପୋଲିସ କୁ ବିଶେଷସୂତ୍ର ରୁ ଖବର ମିଳିବା ପରେ ରଣପୁର ଥାନା ସବଇନ୍ସପେକେଟର ସଞ୍ଜୟ ପରିଡା ସହିତ ଏକ ମିଳିତ ଟିମ ଅଭିଯୁକ୍ତ ଘରେ ରାତି ଅଧିଆ ଚଢ଼ାଉ ଅଭିଯୁକ୍ତ ବାଦଲ କୁ ଗିରଫ କରିବା ସହିତ ତା ଠାରୁ ଲୁଟ ହୋଇଥିବା ମୋବାଇଲ ଫୋନ ଜବତ କରିଥିଲେ ଏବଂ ଉକ୍ତ କେଶ ରେ ସୋମବାର ତାକୁ କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନୀ ନାମଞ୍ଜୁର ହେବାରୁ ଜେଲ ହାଜତ କୁ ପଠାଇଦିଆ ଯାଇଥିବା ଜଣାପଡିଛି