Odisha news

ଜିଲ୍ଳାପାଳଙ୍କ ହସ୍ତକ୍ଷେପ ପରେ କାର୍ଯ୍ୟକ୍ଷମ ହେଲା କୋଲୱସେରୀ

0

ତାଳଚେର ତା ୨୭/୦୨ ଘଂଟପଡ଼ା ଗ୍ରାପଂଚାୟତ ସ୍ଥିତ ଗ୍ଲୋବାଲ କୋଲୱାସେରୀକୁ ନେଇ ୨୪ ତାରିଖରୁ ଦିର୍ଘ ୪ଦିନ ହେବ ଘଂଟପଡ଼ା ପଂଚାୟତର ଦୁଇଗୋଷ୍ଠୀ ମଧ୍ୟରେ ଲାଗିଥିବା ବିବାଦ ଅନ୍ତଘଟିଛି । ଆଜି ଘଂଟପଡ଼ା ଗ୍ରାମ୍ୟ କମିଟି ସାହାଯ୍ୟରେ ପଂଚାୟତ ଅନ୍ତର୍ଭୂକ୍ତ ଗ୍ରାମ କମିଟି ଗୁଡ଼ିକ ମିଳିତ ସହଯୋଗ କ୍ରମେ ଗ୍ରାମର ଯୁବକ, ଯୁବତୀଙ୍କ ପେଟପାଟଣା, ପଂଚାୟତର ବୃହତ  ସ୍ୱାର୍ଥ ଓ ଶାନ୍ତି ଫେରା ଆଣିବାକୁ ଜିଲ୍ଳାପାଳ ସିଦ୍ଧାର୍ଥଶଙ୍କ ସ୍ୱାଇଁ ଉଦ୍ଦେଶ୍ୟରେ ଏକ ଶାନ୍ତିପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଳାପାଳ ଆଜି ମଧ୍ୟାହ୍ଣରେ ଉଭୟ ଗୋଷ୍ଠୀଙ୍କୁ ଜିଲ୍ଳା କାର୍ଯ୍ୟାଳୟକୁ ଡ଼ାକି ସମାଧାନ ବାଟ କାଢ଼ିଛନ୍ତି । ବୈଠକକୁ ଯିବା ସମୟରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବିଧାୟକଙ୍କ ଉପସ୍ଥିତିରେ ସାମାନ୍ୟତମ ବଚସା ହୋଇଥିଲା । ଚାଲିବ ଗ୍ଲୋବାଲ ୱାସେରୀ ଆଣିବ ପ୍ରଦ୍ୟୁଷଣ ନିୟନ୍ତ୍ରଣପାଇଁ ନୂଆ ଜ୍ଞାନ କୌଶଳ, ଫେରି ପାଇବେ ପଂଚାୟତର ଯୁବକ, ଯୁବତୀ କର୍ମସଂସ୍ଥାନ, ଧୂଳି ଧୂଆଁରୁ ଆଂଶିକ ବଂଚିତ ହେବ ଘଂଟପଡ଼ା ଗ୍ରାମପଂଚାୟତ । କମିଟି ଗୁଡ଼ିକ କହିବା ଅନୁଯାୟୀ ଅସମୟରେ ପା୍ଲଂଟ ବନ୍ଦ ହେବାର ଦୁଃଖ କ’ଣ ଘଂଟପଡ଼ା ପଂଚୟତବାସୀଙ୍କ ଠାରୁ ଅଧିକ କେହି ବୁଝି ପାରିବେ ନାହିଁ । ଅରିକ୍ୟାମ୍ପ, ଏଫସିଆଇ, ଟିଟିପିଏସ୍ ରେଲୱେ ସାଇଡ଼ିଙ୍ଗରେ କାର୍ଯ୍ୟରତ ସମୟରେ ପଂଚାୟତର ଅନେକ ଯୁବପିଢ଼ୀ ସେଠି ନିଯୁକ୍ତି ପାଇ ପରିବାରର ଗୁଜୁରାଣ ମେଂଟାଉଥିଲେ । ହଠାତ୍ ପ୍ଲାଂଟ ବନ୍ଦ ହେବା ଯୋଗୁଁ ଅନେକ ଲୋକ ନିଜ ପେଟପାଟଣା ହରାଇବା ସହିତ ପିଲାଛୁଆଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଗଲା । ଏହାକୁ ଉଭୟଗୋଷ୍ଠୀ ଓ ଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ମାଧ୍ୟମରେ ଶାନ୍ତି କମିଟ ନିଷ୍ପତିି ଅନୁଯାୟୀ ବିଚାରବିମର୍ସ ପରେ ଗ୍ଲୋବାଲ ୱାସେରୀଟି ପୁନଶ୍ଚ ଆଜି ଠାରୁ କାର୍ଯ୍ୟକ୍ଷମ ହେଲା ବୋଲି କୁହାଯାଉଛି ।

Govt
Leave A Reply