Odisha news

ଶ୍ରମିକ ସଂଘ ପକ୍ଷରୁ ୭ଦଫା ଦାବୀନେଇ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

0

ତାଳଚେର ତା ୨୭/୦୨ ତାଳଚେର ଶିଳ୍ପାଚଂଳ ଶ୍ରମିକ ସଂଘ ପକ୍ଷରୁ ୭ ଦଫା ଦାବୀ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଓ ଦାବୀପତ୍ର ପ୍ରଦାନ କରାଯାଇଛି । ତାଳଚେରରେ କାର୍ଯ୍ୟରତ ଏମ୍‌.ସି.ଏଲ୍‌., ଟି.ଏଫ୍‌.ଏଲ୍‌. ଏବଂ ଏନ୍‌.ଟି.ପି.ସି. (ତାଳଚେର ଓ କଣିହାଁ) ଇତ୍ୟାଦିରେ କାର୍ଯ୍ୟରତ ଘରୋଇ କଂପାନୀରେ ରାଜ୍ୟ ସରକାରଙ୍କ ନିୟମ ମୁତାବକ ୯୦ ଭାଗ ତାଳଚେରର ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତି ପ୍ରଦାନ କରାଯିବା ପାଇଁ ଦାବୀ କରାଯାଇଛି । ତାଳଚେର ଶିଳ୍ପାଚଂଳ ଶ୍ରମିକ ସଂଘର ସଭାପତି ଇଂ ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ହଜାରୁ ଉର୍ଦ୍ଧ୍ୱ ଶ୍ରମିକ ସ୍ଥାନୀୟ ଦେଉଲବେଡା ଦୁର୍ଗା ମଣ୍ଡପ ଠାରୁ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୭ଦଫା ଦାବୀ ଗୁଡିକ ହେଲା-ସରକାରଙ୍କ ନିୟମ ମୁତାବକ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତି ପ୍ରଦାନ କରାଯିବା, କେନ୍ଦ୍ର ସରକାରଙ୍କ ନିୟମ ମୁତାବକ ଏମ୍‌.ସି.ଏଲ୍‌. ରେ କାର୍ଯ୍ୟରତ ସମସ୍ତ ଠିକା ଶ୍ରମିକ ମାନଙ୍କୁ ଏଚ୍‌.ପି.ସି. ହାରରେ ଦୈନିକ ମଜୁରୀ ପ୍ରଦାନ ବ୍ୟବସ୍ଥା, ଏମ୍‌.ସି.ଏଲ୍‌. ରେ କାର୍ଯ୍ୟରତ ସମସ୍ତ ଠିକା ଶ୍ରମିକ ମାନଙ୍କର ମାସିକ ଦରମା ଏମ୍‌.ସି.ଏଲ୍‌. ନିଜେ କଂପାନୀ ଏବଂ ଠିକାଦାର ଠାରୁ କାଟି ପ୍ରଦାନ କରିବା ବ୍ୟବସ୍ଥା, ସମସ୍ତ ଠିକା ଶ୍ରମିକଙ୍କର ଇପିଏଫ୍ / ସିଏମ୍‌ପିଏଫ୍ କାଟିବା ବ୍ୟବସ୍ଥା କରାଯାଇ ମାସିକ ପେମେଂଟ୍ ସ୍ଲିପ୍ ପ୍ରଦାନ କରାଯିବା, ସମସ୍ତ ଠିକା ଶ୍ରମିକଙ୍କୁ ମାସିକ ୨୬ ଦିନ  କାର୍ଯ୍ୟ ପ୍ରଦାନ କରାଯିବା, ଠିକା ଶ୍ରମିକଙ୍କର ପି.ଏଲ୍‌.ଆର.ଏସ୍‌. (ବୋନସ୍‌) ପ୍ରଦାନ ବ୍ୟବସ୍ଥା, ସମସ୍ତ ଠିକା ଶ୍ରମିକଙ୍କ ପାଇଁ ଇ.ଏସ୍‌.ଆଇ. କିମ୍ବା ମେଡିକାଲ୍ ବ୍ୟବସ୍ଥା କରାଯିବା ଇତ୍ୟାଦୀ ଦାବୀ କରାଯାଇଛି । ଏହାର ସମାଧାନ ଆସନ୍ତା ଏକ ମାସ ମଧ୍ୟରେ କରାନଗଲେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ଶ୍ରୀ ପ୍ରଧାନ ଚେତାବନୀ ଦେଇଛନ୍ତି ।

Govt
Leave A Reply