ଡେଲାଙ୍ଗ – ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଆଙ୍କୋଇ ଗ୍ରାମର ଭାବ ବେହେରା ଙ୍କ ପୁଅ ପ୍ରଭାସ ବେହେରା (୩୬)ଙ୍କ ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଯାଇଛି।
ପ୍ରକାଶ ଥାଉ କି ପ୍ରଭାସ ଏକ କମ୍ପାନୀ ରେ ଚାକିରି କରିଥିଲେ। ସେ ଆଜି ସକାଳ ପ୍ରାୟ ୮ ଟା ସମୟରେ ଘରୁ ବାହାରି ଜଟଣୀ ଦେଇ କମ୍ପାନୀ କୁ ଯିବା ସମୟରେ ଜଟଣୀ ଫାୟାର ଷ୍ଟେସନ ଠାରେ ଦୃତ ଗତିରେ ଆସୁଥିବା ଏକ କାର ଧକ୍କା ଦେଇ ସେଠାରୁ ଖସି ପଳାଇଥିଲା। ସ୍ତାନୀୟ ଲୋକେ ଜଟଣୀ ସରକାରୀ ମେଡିକାଲ ନେଇଥିଲେ। ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ।
