ଦଶପଲ୍ଲା ୨୪/୧ : ଦଶପଲ୍ଲା ଚଲଚିତ୍ର ମହୋତ୍ସବ କମିଟି (ଚମକ୍) ଓ ଆମ ନୟାଗଡ ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଗାନ୍ଧୀ ମଇଦାନ ଠାରେ ପ୍ରଥମ ରାଜ୍ୟ ସ୍ତରୀୟ ସଚେତନ ଧର୍ମି କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଚମକ୍ କମିଟି ର ଉପସଭାପତି ଶରତ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ତଥା ଉଦଘାଟ ଭାବେ ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁ ଯୋଗ ଦେଇ ଉଦଘାଟନ କରିଥିବା ବେଳେ । ଅନ୍ୟତମ ମଞ୍ଚାସିନ ଅତିଥିଭାବେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାସ ଚନ୍ଦ୍ର ରାୟ, ତହସିଲଦାର ଶ୍ରୀକୁମାର ରଥ, ଦଶପଲ୍ଲା ଏନ୍ଏସି ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀ, ଉପାଧ୍ୟକ୍ଷ କିଶୋର ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ , ସମାଜ ସେବୀ ତଥା କମିଟି ଉପଦେଷ୍ଟା ସୁରେଶ କୁମାର ମିଶ୍ର , ପ୍ରମୁଖ ଯୋଗ ଦେଇ ଏହି ରାଜ୍ୟ ସ୍ତରୀୟ ସଚେତନତା ଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ସମ୍ପର୍କ ରେ ବକ୍ତବ୍ୟ ରଖିବା ସହ ଏହି ସଚେତନ ଧାର୍ମି ଚଳଚ୍ଚିତ୍ର ନିଶ୍ଚିତ ଭାବେ ସମାଜ ପାଇଁ ଦିଗଦର୍ଶନ ହେବା ସହ ସମାଜ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ଅତିଥିମାନେ ମତ ପୋଷଣ କରିଥିଲେ ଏହି ସଭାକୁ ସାହିତ୍ୟିକ ତଥା ଆଇନଜୀବୀ ଚନ୍ଦ୍ରବିଯାୟୀ ମିଶ୍ର ପରିଚାଳନା କରିଥିବା ବେଳେ ,ଗାଳ୍ପିକ ହାଡିବନ୍ଧୁ ମହାଖୁଡ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ କମିଟି ର ଅନ୍ୟତମ ସଦସ୍ୟା ଶୁଭଶ୍ରୀ ସନମ ଦାସ ଚମକ୍ ର ବିବରଣୀ ପାଠ କରିଥିଲେ । ଶେଷରେ ସମାଜ ସେବୀ ସୁରେଶ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ଶେଷରେ ସଚେତନ ତା ଧର୍ମୀ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏ ଅବସରରେ ପ୍ରାତଃ ସମୟ ରେ ସ୍ଥାନୀୟ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଓ ଶ୍ରୀ ମହାବୀର ଙ୍କ ନିକଟରେ କମିଟି ପକ୍ଷରୁ ପୂଜାର୍ଚ୍ଚନା କରାଯିବା ସହ ସଙ୍କୀର୍ତ୍ତନ ମଣ୍ଡଳୀ ଓ କଲେଜ ଛାତ୍ର ଛାତ୍ରୀ ସହର ପରିକ୍ରମା କରି ମହୋତ୍ସବ ସ୍ଥାନରେ ପହଞ୍ଚି ଥିଲେ ।