ନୂଆଦିଲ୍ଲୀ: ଶେଷରେ ବାହା ହୋଲେ ହାର୍ଦ୍ଦିକ ପାଣ୍ଡ୍ୟା , ଅଭିନେତ୍ରୀ ନତାଶାଙ୍କ ହାତ ଧରିଲେ l ହାର୍ଦ୍ଦିକ ପାଣ୍ଡ୍ୟା ଦ୍ବିତୀୟଥର ବିବାହ କରିଛନ୍ତି । ସେ ପତ୍ନୀ ଅଭିନେତ୍ରୀ ନତାଶା ଷ୍ଟାନକୋବିଚଙ୍କ ସହିତ ପୁଣିଥରେ ସାତ ଫେରା ନେଇ ଚର୍ଚ୍ଚାରେ ରହିଛନ୍ତି।
ନତାଶା ହେଉଛନ୍ତି ସର୍ବିଆର ଜଣେ ଲୋକପ୍ରିୟ ଅଭିନେତ୍ରୀ ଏବଂ ଡ୍ୟାନ୍ସର ଭାବେ ଜଣାଶୁଣା। ସେ ପ୍ରକାଶ ଝା’ଙ୍କ ଫିଲ୍ମ ‘ସତ୍ୟାଗ୍ରହ’ ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ। ନତାଶାଙ୍କ ସହ କିଛିଦିନ ଡେଟ କରିବା ପରେ ହାର୍ଦ୍ଦିକ ୨୦୨୦ ଜାନୁଆରି ୧ ତାରିଖରେ କୋଭିଡ ମହାମାରୀ ସମୟରେ ଅତି ସାଧାରଣ ଶୈଳୀରେ ବିବାହ କରିଥିଲେ। ଦୁହିଁଙ୍କ ଏକ ସନ୍ତାନ ରହିଛି। ଯାହାଙ୍କ ନାମ ହେଉଛି ଅଗସ୍ତ୍ୟା।
ଦୁହେଁ ଧୁମଧାମରେ ପୁଣିଥରେ ବିବାହ କରିବେ ବୋଲି ଅନେକ ଦିନ ହେବ ଯୋଜନା କରିଥିଲେ। ପ୍ରେମ ଦିବସ ଅର୍ଥାତ ଭାଲେଣ୍ଟାଇନ ଡେ ଦିନ ହାର୍ଦ୍ଦିକ ଓ ନତାଶ ପୁଣିଥରେ ବେଦୀରେ ବସି ବିବାହ କରି ସାତଜନ୍ମ ପାଇଁ ସାଥୀ ହୋଇ ବାଟ ଚାଲିବା ପାଇଁ ଅଗ୍ନୀକୁ ସାଖୀ ରଖି ଶପଥ ନେଇଛନ୍ତି।ଏହି ବିବାହ କାର୍ଯ୍ୟକ୍ରମ ଗତ ଫେବୃଆରି ୧୩ରୁ ଆରମ୍ଭ ହୋଇଥିବା ବେଳେ ଫେବୃଆରି ୧୬ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଛି। ବିବାହ ପୂର୍ବରୁ ଦୁହିଁଙ୍କ ମେହେନ୍ଦୀ, ହଳଦୀ ରସମ ବି ହୋଇଛି। ଏହି ବିବାହ କାର୍ଯ୍ୟକ୍ରମରେ ହାର୍ଦ୍ଦିକ ଓ ନତାଶାଙ୍କ ଅନେକ ଅତିଥି, ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ଉପସ୍ଥିତ ରହି ଦୁହିଁଙ୍କ ବୈବାହିକ ଜୀନବ ସୁଖରେ ବିତୁ ସେନେଇ ଶୁଭକାମନା ଦେଇଛନ୍ତି।