Odisha news

ବୀରଗୋବିନ୍ଦପୁରଠାରେ ବ୍ୟାପକ ବନୀକରଣ ଅଭିଯାନ

0

ଆନନ୍ଦପୁର : ପରିବେଶ ପ୍ରଦୂଷଣ ତଥା ବିଶ୍ୱ ତାପମାତ୍ରା ବୃଦ୍ଧି ସଂପ୍ରତି ମାନବ ସମାଜପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିବାବେଳେ ବ୍ୟାପକ ନୂତନ ଜଙ୍ଗଲ ସୃଷ୍ଟି ହିଁ ଏହାର ଏକମାତ୍ର ସମାଧାନର ରାସ୍ତା । ଏ’ କ୍ଷେତ୍ରରେ ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ଲରସନ୍ ଆଣ୍ଡ୍ ଟବ୍ରୋ କମ୍ପାନୀ ନେଉଥିବା ପଦକ୍ଷେପକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଭୂୟସୀ ପ୍ରଶଂସା ମିଳିଛି । ଘଷିପୁରା ବ୍ଲକ୍ ଅନ୍ତର୍ଗତ ବୀରଗୋବିନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର କର୍ମଚାରୀ ବୃନ୍ଦଙ୍କ ସହାୟତାରେ ସ୍କୁଲ ପରିସର ଭିତରେ ଓ ବାହାରେ ଗତ ଶନିବାର ସକାଳେ କମ୍ପାନୀ ଦ୍ୱାରା ବିପୁଳ ସଂଖ୍ୟାରେ ଆମ୍ବ, ପଣସ, ପିଜୁଳି, ଆକାଶିଆ, ବର, ଅଶ୍ୱତ୍ଥ ପ୍ରଭୃତି ବୃକ୍ଷ ରୋପଣ କରାଯାଇଥିବାର ଖବର୍ ମିଳିଛି । ଏହି ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଘଷିପୁରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଦେବାଶିଷ ପାତ୍ର ଉଦଘାଟନ କରିଥିବାବେଳେ ସ୍ଥାନୀୟ ସରପଞ୍ଚ ଦିଲ୍ଲୀପ୍ ମାଝୀ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସ୍ଥାନୀୟ ଅଞ୍ଚଳର ଯୁବକମାନେ ଏହି କାର୍ଯ୍ୟକ୍ରମକୁ ସହଯୋଗ କରି ନିଜ ହାତରେ ମଧ୍ୟ ଗଛ ଲଗାଇଥିଲେ। ଶେଷରେ କମ୍ପାନୀର ଶାଖା ପରିଚାଳକ ଶ୍ରୀ କିଙ୍ଗସୁକ୍ ବିଶ୍ୱାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Nalco
Leave A Reply