ହିନ୍ଦୁ ଧର୍ମରେ ଭଗବାନ ଙ୍କ ନିକଟରେ ଛୋଟ ପିଲାଙ୍କ ଜାଆଁ ବାଳ କାହିଁକି ପକାଇବା ଜରୁରୀ , କଣ ରହିଛି ଏହା ପଛରେ ଧାର୍ମିକ ମହତ୍ତ୍ଵ
ହିନ୍ଦୁ ଧର୍ମରେ ଅନେକ ନୀତି ନିୟମ ରହିଛି , ସେଥି ମଧ୍ୟରୁ ଗୋଟିଏ ହେଲା ଛୋଟ ପିଲାଙ୍କ ଜନ୍ମ ବାଳ ଭଗବାନ ଙ୍କ ନିକଟରେ ଅର୍ପଣ କରିବା । ଯାହାକି ଗୋଟିଏ ପୁରାତନ ପରମ୍ପରା ଅଟେ । ଜନ୍ମ ବାଳ ପକାଇ ଲଣ୍ଡା କରିବାର ଅର୍ଥ ଛୋଟ ପିଲାଟି ଜନ୍ମ ପରେ ଯେଉଁ ପ୍ରଥମ କେଶ ଉଠିଥାଏ ତାହାକୁ ଠାକୁରଙ୍କ ନିକଟରେ ଅର୍ପଣ କରାଯାଇ ଥାଏ । ଶାସ୍ତ୍ରର ଗତ ନିୟମ ଅନୁସାରେ ମଣିଷ ଜନ୍ମ ହେବା ପରେ ପ୍ରଥମ ସଂସ୍କାର ଭଗବାନ ଙ୍କ ସହିତ ତାର ଏହି ଜନ୍ମ କେଶ ପକାଇବାରୁ ଆରମ୍ଭ ହୋଇଥାଏ ।
– ସନାତନ ଧର୍ମରେ ଯେତେ ଗୁଡ଼ିଏ ରୀତିନୀତି ରହିଛି କେବଳ ତାହା ପଛରେ ଆବଶ୍ୟକତା ନୁହେଁ , ବରଂ ଆଧ୍ୟାତ୍ମିକ , ଧାର୍ମିକ ଓ ବୈଜ୍ଞାନିକ କାରଣ ରହିଛି ।
– ମଣିଷ ର ଯେଉଁ ୧୬ ଟି ସଂସ୍କାର ମଧ୍ୟରୁ ଜନ୍ମ ବାଳ ପକାଇବାର ସଂସ୍କାର ଗୋଟିଏ । ଯାହାକି ଗୋଟିଏ ମହତ୍ତ୍ୱପୂର୍ଣ୍ଣ ସଂସ୍କାର ଅଟେ ।
– କିଛିଟା ତର୍କ ଅନୁସାରେ କୁହାଯାଇଛି ଯେ ମାର ଗର୍ଭ ରେ ଥିବା ସମୟରେ ପିଲାଟିର ମୁଣ୍ଡରେ ଅନେକ ଅଶୁଦ୍ଧ ତତ୍ତ୍ଵ ଲାଗି ଆସିଥାଏ । ଯାହାକି ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇ ଥାଏ ।
– ମାନ୍ୟତା ଅନୁସାରେ କୁହାଯାଇଛି ଯେ ଲଣ୍ଡା କରିବା ଦ୍ୱାରା ବଳ , ଆୟୁ , ଆରୋଗ୍ୟ ଓ ଶକ୍ତି ବୃଦ୍ଧି ହୋଇଥାଏ । ଏହାଦ୍ବାରା ଶିଶୁ ର ମାନସିକ ଓ ଶାରିରୀକ ବିକାଶ ହୋଇଥାଏ ।
– କିଛି ଲୋକେ ବିଭିନ୍ନ ଶକ୍ତି ପୀଠ ରେ କେଶ ପକାଇ ଥାଆନ୍ତି । ଯାହାଦ୍ଵାରା ପିଲାଟି ଜୀବନ ରେ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ ଓ ଜୀବନ ରେ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ ।
– ମାନ୍ୟତା ଅନୁସାରେ ମନୁଷ୍ୟ ଜୀବନ ୮୪ ଲକ୍ଷ ଯୋନୀ ପରେ ମିଳିଥାଏ । ତେଣୁ କୁହାଯାଇ ଥାଏ ଯେ ପୂର୍ବ ସମସ୍ତ ଜନ୍ମ ର ଋଣ ଓ ପାପରୁ ମୁକ୍ତି ପାଇଁ ଶିଶୁ ର କେଶ ଉପହାର ସ୍ବରୂପ ଭାବରେ ଅର୍ପଣ କରାଯାଇଥାଏ ।
– ଲଣ୍ଡା କରାଇବା ପାଇଁ ଦ୍ଵିତୀୟା , ତୃତୀୟା , ପଞ୍ଚମୀ , ସପ୍ତମୀ , ଦଶମୀ , ଏକାଦଶୀ ଓ ଦ୍ଵାଦଶୀ ତିଥି ଶୁଭ ହୋଇଥାଏ । ଏହାଛଡା ସୋମବାର , ବୁଧବାର , ଗୁରୁବାର ଓ ଶୁକ୍ରବାର ଶୁଭ ହୋଇଥାଏ । ଆଶ୍ୱିନ, ମାର୍ଗଶିର , ମାଘ ଓ ଶ୍ରାବଣ ମାସରେ ଲଣ୍ଡା କରାଇବା ଶୁଭ ହୋଇଥାଏ ।