ଆନନ୍ଦପୁର : ଆନନ୍ଦପୁର ବ୍ୟାରେଜ କେନାଲ କାର୍ଯ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଥିବା ଦେଖାଯାଇଛି। ଜଳସେଚନ ବିଭାଗ ଉଚକତୃପକ୍ଷ ନିର୍ଦ୍ଦେଶ କ୍ରମେ ନିର୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟକୁ ଶେଷ କରି କେନାଲରେ ପାଣି ଛାଡ଼ିଲେ ଚାଷୀମାନେ ଚାଷ କାର୍ଯ୍ୟରେ ଉପକୃତ ହୋଇପାରିବେ। ଏହି ପରିପ୍ରେକ୍ଷୀରେ ଆନନ୍ଦପୁର ବ୍ୟାରେଜ ପ୍ରୋଜେକ୍ଟର ମୂଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ଅବିନାଶ ରାଉଳ କେନାଲରେ କାର୍ଯ୍ୟ ଚାଲୁଥିବା ସମୟରେ ନିଜେ ଦୀର୍ଘ ସମୟ ଉପସ୍ଥିତ ରହି କାର୍ଯ୍ୟର ଶୈଳି ମାନ ତଦାରଖ କରିବା ସହିତ ଉକ୍ତ କେନାଲରେ କାର୍ଯ୍ୟକୁ ନିର୍ମାଣ କରୁଥିବା ଏଆର ଏସ୍ ଏମ୍ କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ କାର୍ଯ୍ୟ ସ୍ଥଳରେ ଉପସ୍ଥିତ ରହି କାର୍ଯ୍ୟକୁ ଶେଷ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। କମ୍ପାନୀର ବରିଷ୍ଠ ଅଧିକାରୀ ମାନେ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି କାର୍ଯ୍ୟ କରାଉଥିବା ଦେଖାଯାଇଛି। ଏଥିସହିତ ଦିନରାତି ଦୁଇ ସିଫ୍ଟି ମଧ୍ୟରେ ନିର୍ମାଣ କାର୍ଯ୍ୟ ଚାଲିଥିବା ପ୍ରୋଜେକ୍ଟ ମ୍ୟାନେଜର ରନ୍ମାକର ବାରିକ ଓ ନିହାର ରଞ୍ଜନ ଦାସ ପ୍ରକାଶ କରିଛନ୍ତି