ବେଲଗୁଣ୍ଠା,31/01, ବେଲଗୁଣ୍ଠା ବ୍ଳକ୍ ଶାସନ ପଞ୍ଚାୟତ ଅନ୍ତର୍ଗତ ଆମ୍ବବାଲି ଗ୍ରାମରେ କିଶୋରୀ ବାଳିକାମାନଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ କିଶୋରୀ ବାଳିକା ମାନଙ୍କ ସ୍ଵାସ୍ଥ୍ୟ ସୁରକ୍ଷା ସହିତ ସେମାନଙ୍କ ସୁସ୍ଥ ଶରୀର ପାଇଁ ଆବଶ୍ୟକ ଲୌହ,କ୍ୟାଲସିୟମ୍,ହିମୋଗ୍ଲୋବିନ ମାତ୍ରା ସମ୍ପର୍କରେ ସ୍ଥାନୀୟ ଆଶାଦିଦି,ଅଙ୍ଗନୱାଡ଼ି କର୍ମୀ ମାନଙ୍କ ସହିତ ଆଲୋଚନା କରାଯାଇଥିଲା I ଏହା ସହିତ ଝିଅ ମାନେ ଅଳ୍ପ ବୟସରେ ବିବାହ କରିବା ଦ୍ୱାରା ମାଆ ଓ ଶିଶୁଙ୍କ ଉପରେ ପଡ଼ୁଥିବା କୁପ୍ରଭାବ ସମ୍ପର୍କରେ ଆଲୋଚନା ହୋଇଥିଲା I କାର୍ଯ୍ୟକ୍ରମରେ 25 ରୁ ଉର୍ଦ୍ଧ୍ୱ କିଶୋରୀ ବାଳିକା ଅଂଶଗ୍ରହଣ କରିଥିବାବେଳେ ଅଙ୍ଗନୱାଡ଼ି କର୍ମୀ ରଶ୍ମିତା ଗୌଡ଼ ଏବଂ ଆଶାକର୍ମୀ ମଞ୍ଜୁଳା ଗୌଡ଼ ସହଯୋଗ କରିଥିଲେ I ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରାଣାଳୟ ଆନୁକୂଲ୍ୟରେ ନେହେରୁ ଯୁବ କେନ୍ଦ୍ର ଓ ଓଁ ମାଆ ନାରାୟଣୀ ଯୁବ ସଂଘର ମିଳିତ ସହଯୋଗରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ନେହେରୁ ଯୁବ କେନ୍ଦ୍ର ସଂଯୋଜିକା ଦିପ୍ତିମୟୀ ବେହେରା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ I