Odisha news

ଗବେଷଣା ରୁ ଖୁଲାସ: ଗ୍ୟାସ୍ ଚୁଲି ରେ ଖାଦ୍ୟ ପ୍ରସ୍ତୁତ କରିବା ହୋଇପାରେ ଅନେକ ରୋଗର କାରଣ , ରୁହନ୍ତୁ ସତର୍କ

0
ଆଜିକାଲି ଗ୍ୟାସ୍ ଚୁଲି ରେ ଖାଦ୍ୟ ପ୍ରସ୍ତୁତ କରି ଆମେ ପ୍ରାୟ ସମସ୍ତେ କରି ସେବନ କରୁଛୁ । କିନ୍ତୁ ଗୋଟିଏ ନୂତନ ଗବେଷଣା ଦ୍ୱାରା ଗ୍ୟାସ୍ ରେ ଖାଦ୍ୟ ପ୍ରସ୍ତୁତ କରି ସେବନ କରିବା ଗୋଟିଏ ପ୍ରଦୂଷିତ ସହର ରେ ବାସ କରିବା ଠାରୁ ମଧ୍ୟ ଭୟଙ୍କର ବୋଲି କୁହାଯାଇଛି । ବୈଜ୍ଞାନିକ ମାନଙ୍କ ମତରେ ଗ୍ୟାସ୍ ଷ୍ଟୋଭ୍ ବଦଳରେ ଇଲେକ୍ଟ୍ରିକାଲ ଷ୍ଟୋଭ ରେ ଖାଦ୍ୟ ପ୍ରସ୍ତୁତ କରିବା ହିତକର ଅଟେ । କାହିଁକି ନା ଗ୍ୟାସ୍ ଷ୍ଟୋଭ୍ ରେ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଓ ପାର୍ଟିକୁଲେର ମେଟର ( ବାୟୁ ମଣ୍ଡଳ ରେ ମିଳୁଥିବା ଏକ ପ୍ରକାରର ବିପଦ ଜନକ ଟକ୍ସିନ ) କୁ ଉତ୍ପନ୍ନ କରିଥାଏ । ଏହାଦ୍ବାରା ଶରୀର ଖୁବ୍ ପ୍ରଭାବିତ ହୋଇଥାଏ । ଏହା କେବଳ ଫୁସଫୁସ ପାଇଁ ନୁହେଁ , ବରଂ ରକ୍ତ ପ୍ରବାହ ରେ ମିଶି ଯାଇଥାଏ । ଏହାଦ୍ବାରା ହାର୍ଟ ସମ୍ବନ୍ଧୀୟ ରୋଗ , କ୍ୟାନ୍ସର ଓ ଅଲ୍ଜାଇମାର ଭଳି ରୋଗ ଦେଖା ଯାଇଥାଏ ।
ଇଣ୍ଡିପେଣ୍ଡେନ୍ଟ ରିପୋର୍ଟ ଅନୁସାରେ ଜଣା ପଡ଼ିଛୀ ଯେ ଗ୍ୟାସ୍ ଷ୍ଟୋଭ୍ କାରଣରୁ ବାହାର ପ୍ରଦୂଷଣ ଠାରୁ ଅଧିକ ଘରେ ସୃଷ୍ଟି ହୋଇଥାଏ । ଯାହାକୁ ଆମେ ଜାଣି ପାରି ନଥାଉ । ଏହାଦ୍ବାରା ସବୁଠୁ ଅସୁରକ୍ଷିତ ବୟୋଜ୍ୟେଷ୍ଠ ଓ ଛୋଟ ପିଲା ହୋଇ ଥାଆନ୍ତି । ଅନ୍ୟ ଗୋଟିଏ ଅଧ୍ୟୟନ ଅନୁସାରେ , ଆମେରିକାରେ ଛୋଟ ବେଳରୁ ଅସ୍ଥମା ର ଅଧିକ ମାମଲା ଗ୍ୟାସ୍ ରେ ରୋଷେଇ ପ୍ରସ୍ତୁତ କାରଣରୁ ଦେଖିବାକୁ ମିଳିଥାଏ । ଇମ୍ପେରିଆଲ କଲେଜ ଲଣ୍ଡନ ର ପ୍ରଫେସର ଫ୍ରାଙ୍କ କେଲି ଙ୍କ ମତ ଅନୁସାରେ ଘର ଭିତରର ପ୍ରଦୂଷଣ ର ମୁଖ୍ୟ କାରଣ ଗ୍ୟାସ୍ ସ୍ଟୋଭ ଅଟେ । ଏହା ଅସ୍ଥମା ସହିତ ଅନେକ ଶାରିରୀକ ସମସ୍ୟା ର କାରଣ ଅଟେ ।
* ଗ୍ୟାସ୍ ସ୍ଟୋଭ୍ ରେ ପ୍ରଦୂଷଣ ସମସ୍ୟା କେଉଁ ଭଳି ସ୍ଥାନରେ ଅଧିକ ଦେଖା ଯାଇଥାଏ -:
* ଯେଉଁ ରୋଷେଇ ଘରେ ଭେଣ୍ଟିଲେଶନ ଠିକ୍ ଭାବରେ ନଥାଏ ।
* ଯେଉଁ ରୋଷେଇ ଘର ଆକାରରେ ଛୋଟ ହୋଇଥାଏ ।
* ଯେଉଁ ରୋଷେଇ ଘରେ ଅଧିକ ଜିନିଷ ଓ ଆସବାବ ପତ୍ର ରଖା ଯାଇଥାଏ ସେଠାରେ ପ୍ରଦୂଷଣ ହୋଇଥାଏ ।
* ଛୋଟ ରୋଷେଇ ଘରେ ଅଧିକ ପ୍ରଦୂଷଣ ସମସ୍ୟା ଦେଖା ଯାଇଥାଏ ।
* ଏଭଳି ସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ -:
– ୟୁରୋପୀୟ ରାଷ୍ଟ୍ର ମାନଙ୍କ ର ଗବେଷକ ମାନଙ୍କ ମତରେ ଗ୍ୟାସ୍ ଷ୍ଟୋଭ୍ ଦ୍ଵାରା ହେଉଥିବା ପ୍ରଦୂଷଣ ଦ୍ଵାରା ଅସ୍ଥାମା ସମସ୍ୟା ବିଶେଷ ଭାବରେ ଅଧିକ ଦେଖା ଯାଇଥାଏ ।
– ଏହାଛଡା ତ୍ୱଚା ସମ୍ବନ୍ଧିତ ସମସ୍ୟା ଯେପରିକି ସ୍କିନ ରେ ବିଭିନ୍ନ ସଂକ୍ରମଣ ଦେଖା ଯାଇଥାଏ ।
– ଗ୍ୟାସ୍ ଷ୍ଟୋଭ୍ ର ରାସାୟନିକ ଜୈବିକ ମାଇଗ୍ରେନ୍ ସମସ୍ୟାର ମଧ୍ୟ କାରଣ ହୋଇଥାଏ ।
– ଗ୍ୟାସ୍ ଷ୍ଟୋଭ୍ ଦ୍ଵାରା ହଜମ ସମସ୍ୟା ମଧ୍ୟ ପ୍ରଭାବିତ ହୋଇଥାଏ, ଠିକ୍ ଭାବରେ ଖାଦ୍ୟ ହଜମ ହେବାରେ ପ୍ରଭାବିତ ହୋଇଥାଏ ।
– ୟୁରୋପୀୟ ରାଷ୍ଟ୍ର ର ଗବେଷଣା ଅନୁସାରେ ଇଣ୍ଡୋର ବାୟୁ ପ୍ରଦୂଷଣ ଆଜିର ଜୀବନ କୁ ଅଧିକ ପ୍ରଭାବିତ କରିଥାଏ ।
Nalco
Leave A Reply