ସାଧାରଣ ଭାବରେ ଆମେ ରାତ୍ରୀ ଭୋଜନ ରେ ବଞ୍ଚି ଯାଇଥିବା କିଛି ଖାଦ୍ୟ କୁ ଆମେ ପୁନର୍ବାର ଗରମ କରି ଖାଇଥାଉ । ଏହାଛଡା ଏପରି କିଛି ଖାଦ୍ୟ କୁ ଆମେ ଫ୍ରିଜ୍ ରେ ରଖିଥାଉ ଯାହାକୁ ଆମେ ବାରମ୍ବାର ଗରମ କରି ସେବନ କରି ଥାଉ । ଏହାଛଡା ଅନେକ ସମୟରେ ଫ୍ରୀଜ୍ ରେ ରଖିଥିବା ଖାଦ୍ୟ କୁ ତୁରନ୍ତ ମାଇକ୍ରୋ ଓଭେନ୍ କିମ୍ବା ଗ୍ୟାସ ରେ ସଙ୍ଗେ ସଙ୍ଗେ ଗରମ କରି ଥାଉ । କିନ୍ତୁ ଅନେକ ସମୟରେ ଏଭଳି ଗରମ କରି ଖାଇବା ଦ୍ଵାରା ଶରୀର ଉପରେ ଖୁବ୍ ପ୍ରଭାବ ପଡ଼ିଥାଏ ।
ଏହିସବୁ ଖାଦ୍ୟ କୁ ଯଦି ଆମେ ବାରମ୍ବାର ଗରମ କରି ଖଇଥାଉ ତେବେ ଏହାର ପୋଷଣ ନଷ୍ଟ ହୋଇଥାଏ । ଏହାଛଡା ଅନେକ ପ୍ରକାର ରୋଗ ଦ୍ଵାରା ଆପଣ ଆକ୍ରାନ୍ତ ହୋଇ ପାରନ୍ତି । ଆସନ୍ତୁ ଜାଣିବା ସେହି ଖାଦ୍ୟ ପଦାର୍ଥ ଗୁଡ଼ିକ କଣ ?
– ଆଳୁ:
ଯଦି ବି ଆପଣ ଫ୍ରିଜ ରେ ଆଳୁ ସିଝା, ଆଳୁ ତରକାରୀ , କିମ୍ବା ଆଳୁ ରେ ରନ୍ଧା ହୋଇଥିବା କୌଣସି ଖାଦ୍ୟ ଆମେ ଫ୍ରୀଜ ରେ ପୁନର୍ବାର ଗରମ କରି ଖାଇବା ଉଚିତ୍ ନୁହେଁ । ଏହା ଗୋଟିଏ ସ୍ଵତନ୍ତ୍ର ପ୍ରକାର ବ୍ୟାକ୍ଟେରିଆ ଦ୍ଵାରା ବୋଟୁଲିଜମ୍ ନାମକ ରୋଗ ଦ୍ଵାରା ପୀଡ଼ିତ ହେବାର ସମ୍ଭାବନା ରହିଥାଏ ।
– ଅଣ୍ଡା :
ଅଣ୍ଡା ସିଝା ଓ ଛଣା ଅଣ୍ଡା କୁ ଯଦି ଆପଣ ଫ୍ରିଜ ରେ ରଖି ଆଉଥରେ ଗରମ କରି ଖାଇବେ ତେବେ ଏହାର ପ୍ରୋଟିନ ନଷ୍ଟ ହୋଇଯାଏ । ଏହାକୁ ସେବନ ଦ୍ଵାରା ପେଟ ରେ ଯନ୍ତ୍ରଣା ଅନୁଭବ ହୋଇଥାଏ ଓ ବାନ୍ତି ହେବାର ସମ୍ଭାବନା ରହିଥାଏ ।
– ଚିକେନ :
ଫ୍ରିଯ ରେ ରଖାଯାଇ ଥିବା ଚିକେନ କୁ ତୁରନ୍ତ ବାହାର କରି ଗରମ କରି ଖାଆନ୍ତୁ ନାହିଁ । ଏଥିରେ ଥିବା ପ୍ରୋଟିନ ନଷ୍ଟ ହେବା ସହ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହା ଶରୀରରେ ବିଭିନ୍ନ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ ।
– ଭାତ:
ଫ୍ରିଜ୍ ରେ ରଖା ଯାଇଥିବା ଭାତ ଆମେ ଅନେକ ସମୟରେ ଗରମ କରି ସେବନ କରିଥାଉ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଫ୍ରିଜ୍ ରେ ରଖା ଯାଇଥିବା ଭାତ ରେ ବ୍ୟାକ୍ଟେରିଆ ସଂକ୍ରମଣ ହୋଇଥାଏ । ତେଣୁ ଆପଣ ଫ୍ରିଜ୍ ରେ ଭାତ ରଖି ତାହାକୁ ତୁରନ୍ତ ଗରମ ନକରି , ତାହାକୁ କିଛି ସମୟ ରୁମ୍ ଟେମ୍ପରେଚର୍ ରେ ରଖି ପରେ ଗରମ କରି ସେବନ କରନ୍ତୁ ।
– ବିଭିନ୍ନ ପ୍ରକାର ର ଶାଗ:
ଯେ କୌଣସି ଶାଗ ଜାତୀୟ ଖାଦ୍ୟ କୁ ଗରମ କରିବା ଦ୍ୱାରା ଏଥିରେ ଥିବା ଆଇରନ ର ଅକ୍ସି କରଣ ହୋଇଥାଏ । ଆଇରନ୍ ରୁ ଅକ୍ସୀଡେସନ୍ ରୁ ଏଭଳି ତତ୍ତ୍ଵ ବାହାରି ଥାଏ , ଯାହାଦ୍ଵାରା ଇନ୍ଫର୍ଟିଲିଟି ଓ କ୍ୟାନ୍ସର ସମସ୍ୟା ଦେଖା ଯାଇଥାଏ ।
