Odisha news

ବଡ଼ବିଲ ଅଞ୍ଚଳର ଉଷୁ ଏବଂ କିକ୍-ବକ୍ସିଂ ଚାମ୍ପିଅନ୍ସଙ୍କୁ ଭେଟିଲେ ଜେଏସପି ସିଇଓ

0

କେନ୍ଦୁଝର : ବଡ଼ବିଲ ଅଂଚଳର କିକ୍-ବକ୍ସିଂ ଏବଂ ଉଷୁ ଖେଳାଳିମାନେ ଜାତୀୟ ପ୍ରତିଭା ଅଟନ୍ତି। ସେମାନଙ୍କୁ ସହାୟତା ଯୋଗାଇଦେବା ଓ ତାଙ୍କ ଖେଳର ଯତ୍ନ ନେବା ଆମ ସମସ୍ତଙ୍କର ପ୍ରାଥମିକ ଦାୟିତ୍ବ ହେବା ଉଚିତ ବୋଲି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶ୍ରୀ ଦୀନେଶ କୁମାର ସାରୋଗୀ କହିଛନ୍ତି।

ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟ ଠାରେ ନିକଟରେ ଶେଷ ହୋଇଥିବା ଜାତୀୟ କିକ୍-ବକ୍ସିଂ ଚାମ୍ପିଅନସିପ୍ ରେ ୯ ଟି ସ୍ୱର୍ଣ୍ଣ ଏବଂ ୧ ଟି ବ୍ରୋଞ୍ଜ ପଦକ ଜିତିଥିବା ଯୁବ ଆଦିବାସୀ କ୍ରୀଡ଼ାବିତଙ୍କୁ, ଶ୍ରୀ ସାରୋଗୀ ପେଲେଟ ପ୍ଲାଣ୍ଟରେ ୦୬ ଜାନୁଆରୀ ୨୦୨୩ ତାରିଖରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ସମ୍ମାନିତ କରିଥିଲେ । ଏହି ଅବସରରେ ଶ୍ରୀ ପୁରୁଷୋତ୍ତମ ମାଡେନାହଲ୍ଲୀ ଦାସପ୍ପା, ୟୁନିଟ୍ ମୁଖ୍ୟ, ପେଲେଟ୍ ପ୍ଲାଣ୍ଟ, ଶ୍ରୀ ସରତ କିଶୋର ପଣ୍ଡା, ମାନବସମ୍ଭଳ ବିଭାଗ ମୁଖ୍ୟ, ଶ୍ରୀ ଭର୍ଜିଲ ଲାକ୍ରା, ଜେଏସପି ବଡ଼ବିଲର ସିଏସଆର ମୁଖ୍ୟ ଏବଂ ପେଲେଟ୍ ୟୁନିଟ୍ର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଶ୍ରୀ ସାରୋଗୀ, ଉପସ୍ଥିତ ଥିବା ପ୍ରତ୍ୟେକ ଖେଳାଳି ଓ ପ୍ରଶିକ୍ଷକ, ଶ୍ରୀ ପଙ୍କଜ କୁମାର ମହନ୍ତଙ୍କ ସହ ଜେଏସପି ଫାଉଣ୍ଡେସନ ଦ୍ୱାରା ଯୋଗାଇ ଦିଆଯାଉଥିବା ତାଲିମ ସୁବିଧା, କ୍ରୀଡା ଭିତ୍ତିଭୂମି ଇତ୍ୟାଦି ବିଷୟରେ ପୁଙ୍ଖ।ନୁ ପୁଙ୍ଖ ଆଲୋଚନା କରିବା ସହିତ ଫାଉଣ୍ଡେସନ ମାଧ୍ୟମରେ ଆଗକୁ ଅଧିକରୁ ଅଧିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ।

“ମୁଁ ନିଶ୍ଚିତ ଯେ, ଫାଉଣ୍ଡେସନ ଆମର କ୍ରୀଡ଼ାବିତ୍ମାନଙ୍କ ପାଇଁ ଆଗାମୀ ଦିନରେ ଅଧିକ ସହାୟତା ଯୋଗାଇଦେବ | କେବଳ କ୍ରୀଡ଼ା କ୍ଷେତ୍ରରେ ନୁହେଁ, ସେମାନେ ବ୍ୟକ୍ତିଗତ ଜୀବନରେ ସମ୍ମୁଖୀନ ହେଉଥିବା ଅସୁବିଧା ସବୁର ଫାଉଣ୍ଡେସନ ତାର ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶମିତ କରିବାକୁ ଯତ୍ନଶୀଳ ହେବ| ଏଥି ସହିତ ଫାଉଣ୍ଡେସନ ଦେଶ ବିଦେଶର ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଖେଳାଳିମାନଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ସବୁ ସହାୟତା ଯୋଗାଇଦେବ।“ଶ୍ରୀ ସରୋଗୀ ତାଙ୍କ ଉଦବୋଧନରେ କହିଥିଲେ ।

ଏହି ଅବସରରେ ଖେଳାଳିମାନଙ୍କୁ ସମ୍ବୋଧନ କରି ଶ୍ରୀ ପୁରୁଷୋତ୍ତମ, ୟୁନିଟ୍ ମୁଖ୍ୟ କହିଥିଲେ, “ଆପଣମାନେ ସମସ୍ତେ ଜାତୀୟ ସ୍ଥରର ପ୍ରତିଭା ଅଟନ୍ତି। ଆମେ ଆପଣଙ୍କୁ ସର୍ବୋତ୍ତମ ତାଲିମ ସୁବିଧା ଏବଂ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ଚେଷ୍ଟା କରି ଆସିଛୁ | ଆପଣଙ୍କ ଖେଳର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଫାଉଣ୍ଡେସନ ସର୍ବୋତ୍ତମ ପ୍ରଶିକ୍ଷଣ ଏବଂ ଭିତ୍ତିଭୂମି ଯୋଗାଇ ଦେଇଆସିଛି।“

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଶାଖା, ଜେଏସପି ଫାଉଣ୍ଡେସନ, କେନ୍ଦୁଝର ଜିଲ୍ଲାର ଯୁବକମାନଙ୍କୁ ଉଷୁ ଖେଳିବାକୁ ସମର୍ଥନ ଏବଂ ପ୍ରୋତ୍ସାହନ ଦେଇଆସୁଛି । ଫାଉଣ୍ଡେସନ, ଓଡିଶା ରାଜ୍ୟ ଉଷୁ ଆସୋସିଏସନ ସହଯୋଗରେ, ଦୀର୍ଘ ୧୧ ବର୍ଷ ଧରି କେନ୍ଦୁଝର ଜିଲ୍ଲା ଉଷୁ ଦଳକୁ ପୃଷ୍ଠପୋଷକତା କରିଆସୁଛି। ଫାଉଣ୍ଡେସନ ସମସ୍ତ ସମ୍ଭାବ୍ୟ ଭିତ୍ତିଭୂମି ସହାୟତା ପ୍ରଦାନ କରୁଛି, ଯେପରିକି ତାଲିମ କେନ୍ଦ୍ରର ବିକାଶ, ଜାତୀୟ ସ୍ତରର ପ୍ରଶିକ୍ଷକଙ୍କ ଦ୍ୱାରା ତାଲିମ ସୁବିଧା, ଖେଳାଳିଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ପୋଷାକ ଏବଂ ପରିବହନ ସୁବିଧା ଇତ୍ୟାଦି I ବିଗତ ବର୍ଷଗୁଡିକରେ ଜେଏସପି ଫାଉଣ୍ଡେସନର ସହାୟତାରେ ବାବୁଲୁ ଏବଂ ମଞ୍ଜୁ ମୁଣ୍ଡା ଯଥାକ୍ରମେ ବ୍ରାଜିଲ, ବ୍ରୁନେୟୀ ଏବଂ ମସ୍କୋରେ ଆୟୋଜିତ ହୋଇଥିବା ଆନ୍ତର୍ଜାତୀୟ ଉଷୁ ଟୁର୍ନାମେଣ୍ଟରେ ରୌପ୍ୟ ଏବଂ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

 

Ad2
Leave A Reply