Odisha news

ବଣଭୋଜି ସାରି ଫରୁଥିବା ବେଳେ ସାଳନ୍ଦୀ ନଦୀ ୩୦ ଫୁଟ ପୋଲ ତଳକୁ ଖସିପଡ଼ିଲା ବୋଲେରୋ

0

ଠାକୁରମୁଣ୍ଡା ତା 7/1/ :  ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ମାନେ ଠାକୁରମୁଣ୍ଡା ବ୍ଲକ ସାଳନ୍ଦୀ ନଦୀର ବୈରାଵ କୁଣ୍ଡ କୁ ବଣ ଭୋଜି କରିବାକୁ ଯାଇ ଏକ ବୋଲେରୋ ଯୋଗେ ରାତି ପ୍ରାୟ ୭ ଟା ସମୟରେ ଠାକୁରମୁଣ୍ଡା କୁ ଫେରୁଥିବା ବେଳେ ଭୈରବକୁଣ୍ଡ -ବାଗଦଫା ରାସ୍ତା ର ସାଳନ୍ଦୀ ନଦୀ ପୋଲ ତଳକୁ ଭାରସାମ୍ୟ ହରାଇ ବୋଲେରୋ ଗାଡ଼ି ପ୍ରାୟ ୩୦ ଫୁଟ ପୋଲ ତଳକୁ ଖସି ପଡିଥିଲା।ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳ ରୁ ବୋଲେରୋ ରେ ଥିବା ୪ ଜଣ ସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀ ଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଫାର୍ମାସିଷ୍ଟ ଭରତ ମହାନ୍ତ,ଫାର୍ମାସିଷ୍ଟ କାଳିଚରଣ ରାଉତ,କୋଭିଡ଼ ଷ୍ଟାଫ କୁନା ମହାନ୍ତ,ଆଟେଣ୍ଡାଣ୍ଟ ଚନ୍ଦନ ମହାନ୍ତ ଙ୍କୁ ଚିକିତ୍ସା କରାଯାଇଥିଲା। ଦୁର୍ଘଟଣା ରେ କୋଭିଡ ଷ୍ଟାଫ କୁନା ମହାନ୍ତ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଗ୍ରସ୍ତ ଓଡ଼ି୦ ଆଈ ୟୁ ୮୮୫୯ ବିଶିଷ୍ଟ ନମ୍ବର ବୋଲେରୋ ଟି ପୋଲ ବାଙ୍କ ରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ଯାଇଥିବା ର କୁହାଯାଇଛି।ରାତି ହୋଈ ଥିବାରୁ ଦୁର୍ଘଟଣା ଗ୍ରସ୍ତ ବୋଲେରୋ କୁ ପୋଲ ତଳୁ ଉଦ୍ଧାର କରାଯାଇ ପାରିନାହିଁ।।

Leave A Reply