ତାଳଚେର ୭/୧,,ଶିଳ୍ପ ନଗରୀ ତାଳଚେର ସହର ମଧ୍ୟରେ ସହ ସହ ସଂଖ୍ୟକ ବିଭିନ୍ନ ପ୍ରକାରର ଦୋକାନ ବଜାର ମୁଣ୍ଡ ଟେକିଛି।ସେଥିମଧ୍ୟରୁ କେତେକ ଦୋକାନ ସରକାରଙ୍କ ନିୟମକୁ ଖୋଲାଖୋଲି ଭାବେ ଉଲଘଂନ କରିଆସୁଥିବା ଅଭିଯୋଗକୁ କେନ୍ଦ୍ରକରି ଆଜି ଭିର୍ଣ୍ଣ ଭିର୍ଣ୍ଣ ସାତଟି ସରକାରୀ ସଂସ୍ଥା ପକ୍ଷରୁ ମିଳିତ ଭାବେ ଅତର୍କିତ ଚଢ଼ାଉ କରାଯାଇଥିବା ଘଟଣା କୁ ନେଇ ବ୍ୟବସାୟୀଙ୍କ ମହଲରେ କୋକୁଆ ଭୟ ସୃଷ୍ଟି କରିଛି।ଘଟଣାରୁ ପ୍ରକାଶ ସେହି ସଂସ୍ଥା ଗୁଡିକ ମଧ୍ୟରୁ ମାପ ଓଜନ,ବନବିଭାଗ,ଖାଦ୍ୟ ଯୋଗାଣ ବିଭାଗ,ଅବକାରୀବିଭାଗ,ଅଗ୍ନିସମ ବିଭାଗ ,ଖାଦ୍ୟ ସୁରକ୍ଷା ଅଧିକାରୀ,ଇତ୍ୟାଦି ଶିଳ୍ପ ନଗରୀ ତାଳଚେରର ମୁଖ୍ୟ ବଜାର ହଟାତୋଟା,ସେହି ନିକଟସ୍ଥ ଶର୍ମାଛକ,ବାଇପାସ ସ୍ଥିତ ଛ ଗୋଟି ଦୋକାନ ଉପରେ ଅତର୍କିତ ଚଢ଼ାଉ କରି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରିବା ସାଙ୍ଗକୁ ହୋଟେଲରେ ବାସୀ ଖାଦ୍ୟ,ଫଳ ଦୋକାନରେ ପଚାଶଢା ଫଳ ଫୋପାଡିବା ସହ ହୋଟେଲରୁ ବିଦେସି ମଦ ଜବତ କରିବା ସମେତ ମାପ ଓଜନରେ ସୁନା ଗହଣା ଓ ଗ୍ରସରୀ ଦୋକାନ କୁ ଫାଇନ୍ କରିଥିବା କୁହାଯାଉଛି। ଏହି ଚଢ଼ାଉ ହେବାଦ୍ଵାରା ଅସାଧୁ ବ୍ୟବସାୟୀ ଙ୍କ ମଧ୍ୟରେ ଭୟର ଆତଙ୍କ ଖେଳାଇ ଦେବା ସହିତ ଖାଉଟି ମାନଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି।ତେବେ କଥା ଆସୁଛି ଛାଡି ଯାଇଥିବା କେତେକ ବଡବଡ଼ିଆ ଓ ପ୍ରଭାବ ଶାଳୀ ଗହଣା ଦୋକାନୀ,ଔଷଧ ଦୋକାନୀ,ଫଳ ଦୋକାନୀ,ଢ଼ାବା, ଫନୀଚର ଦୋକାନୀ,ମାଛ ଗୋଦାମ, ମାଂସ ଦୋକାନୀ ,ହଷ୍ଟେଲ କରି ଘରୋଇ ଶିକ୍ଷାଅନୁଷ୍ଠାନ,ପେଟ୍ରୋଲ ଟାଙ୍କି, ମୃଦୁପାନୀୟଜଳ ଫାକ୍ଟ୍ରି,ନକଲି ପୂଜା ସାମଗ୍ରୀ ଦୋକାନ, ଘୋରାଇନସିଂହୋମ,ମିକ୍ଚର ଓ ପାରୁଟି ଫାକ୍ଟ୍ରି ଏବଂ ମନ୍ଦିରରେ ଗୁଡିକରେ ବିକ୍ରି ହେଉଥିବା ପ୍ରସ୍ତୁତି ଖାଦ୍ୟ ପଦାର୍ଥ ଉପରେ ଚଢ଼ାଉ କେବେ ହେବ ବୋଲି ,ବିଭିନ୍ନ ମହଲରେ ଆଲୋଚନାରେ ମୁଖ୍ୟ ପ୍ରସଙ୍ଗ ପାଲଟିଛି।