Odisha news

ସମାଜରେ ସାହିତ୍ୟହିଁ ସମ୍ପର୍କର ସେତୁ ନିର୍ମାଣ କରେ ,ସାର୍ଥକ ସାହିତ୍ୟ ହିଁ ଆମ ସଭ୍ୟତାର ଅମୁଲ୍ୟ ସମ୍ପଦ : ବଦ୍ରି ପାତ୍ର

0

ଆନନ୍ଦପୁର :  ଘଷିପୁରା ବ୍ଲକ ଦେଓଗାଁ କୁଶଳେଶ୍ଵର ସାହିତ୍ୟ ସଂସଦର ବାର୍ଷିକୋତ୍ସବ ଦେଓଗାଁ କଲ୍ୟାଣ ମଣ୍ଡପ ରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି।ଅନନ୍ତ ରାଉତଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ଯୋଗ ଦେଇ କହିଥିଲେ ଯେ ସମାଜରେ ସାହିତ୍ୟହିଁ ସମ୍ପର୍କର ସେତୁ ନିର୍ମାଣ କରେ।

ସମାଜର ଦୁଃଖସୁଖ ହାନିଲାଭ ଭଲମନ୍ଦକୁ ସାହିତ୍ୟିକ ତାର ସର୍ଜନା ମାଧ୍ୟମରେ ନିଚୁକଭାବରେ ପ୍ରତିବିମ୍ବିତ କରେ, ସାଂପ୍ରତିକ ସମୟର ଚିତ୍ର ପଟକୁ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନା କରେ ଓ ସମାଜ କୁ ଦିଗ୍ ଦର୍ଶନ ଦିଏ ବୋଲି ଶ୍ରୀ ପାତ୍ର ଉପସ୍ଥିତ ଥିବା ସମସ୍ତ ଙ୍କ ସମ୍ମୁଖରେ ମତବ୍ୟକ୍ତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ସାର୍ଥକ ସାହିତ୍ୟ ହିଁ ଆମ ସଭ୍ୟତାର ଅମୁଲ୍ୟ ସମ୍ପଦ । ଯେଉଁ ସାହିତ୍ୟ କାଳଯୟୀହେବ ସେପରି ସୃଷ୍ଟି ସଞ୍ଚାର ପ୍ରଦାନ କରି ନିଜେ ଯଶସ୍ଵୀ ହେବା ସହିତ ଉକ୍ରଳ ବାଣୀ ଭଣ୍ଡାରକୁ ସମୃଦ୍ଧି କରିବାରେ ଲେଖକ କବି ମାନେ ବ୍ରତି ହେବା ଉଚିତ୍ ବୋଲି ପ୍ରଫେସର ଶ୍ରୀ ପାତ୍ର ବକ୍ତବ୍ୟ ପ୍ରଦାନ କରିଥିଲେ ସମ୍ମାନିୟ ଅତିଥି ଭାବେ ଆନନ୍ଦପୁର କଲେଜର ପ୍ରକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ ଯୋଗ ଦେଇ ପ୍ରାଚୀନ ଓଡ଼ିଆ ଓ ସଂସ୍କୃତ ସାହିତ୍ୟକୁ ଆନନ୍ଦପୁର ତଥା କେନ୍ଦୁଝର ପ୍ରାଜ୍ଞ ଲେଖକମାନଙ୍କର ଅବଦାନ ସମ୍ପର୍କରେ କହିଥିଲେ।

ଆନନ୍ଦପୁର ବିଦ୍ୱାନ ପଣ୍ଡିତମାନେ କେନ୍ଦୁଝର ରାଜ୍ୟସଭା ମଣ୍ଡନ କରି ଭାଷା ସାହିତ୍ୟକୁ କିପରି ଅବଦାନ ପ୍ରଦାନ କରିଥିଲେ ତାହାର ବିଶଦ ବିବରଣୀ ପ୍ରଦାନ କରିଥିଲେ। ଭଦ୍ରକ ସେୟମଶାସିତ କଲେଜର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଡ଼ଃ କମଳାକାନ୍ତ ଜେନା ଯୋଗ ଦେଇ କୁଶଳେଶ୍ଵର ସାହିତ୍ୟ ସମ୍ମାନ -୨୦୨୨ଗ୍ରହଣ କରିଥିଲେ। ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ନାୟକ,ଆଇନଜୀବି ଶରତ କୁମାର ରାଉତ ଯୋଗ ଦେଇଥିଲେ। ଅନୁଷ୍ଠାନର ମୁଖ୍ୟ ପାତ୍ର ଶିବଶକ୍ତି ଓ ପଣ୍ଡିତ କୈଳାସ ଚନ୍ଦ୍ର ବେହେରାଙ୍କ ପୁସ୍ତକ ଶିବ ତାଣ୍ଡବ ଲୋକାର୍ପିତ ହୋଇଥିଲା। ଦିତୀୟ ଅଧିବେଶନରେ କବିତା ପାଠ ଉତ୍ସବରେ କବି ମଙ୍ଗୁଳି ଚରଣ ପୃଷ୍ଟି ସଭାପତିତ୍ୱ କରିଥିଲେ।ଶୋଭନା ଜେନା, ମମତା ରାଣୀ ଜେନା, ସନ୍ଧ୍ୟାରାଣୀ ପୃଷ୍ଟିଙ୍କ ସଂଯୋଜନାରେ ଶତାବ୍ଦୀକ କବି କବିତା ପାଠ କରିଥିଲେ। ଡ଼ ରାମଚନ୍ଦ୍ର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। କବି ଦଶରଥ ସାହୁ, ବିରଞ୍ଚି ନାରାୟଣ ସାମନ୍ତରାୟ, ବାବୁଲାଲ ପଲେଇଙ୍କୁ ସମ୍ମାନିତ କରାଯାଇଛି।ବୈଲୋଚନ ସାହୁ, ନିରଞ୍ଜନ ସାହୁ,ହରିପ୍ରସାଦ ମିଶ୍ର ମାନପତ୍ର ପାଠକରିଥିଲେ।କୁଶଳେଶ୍ଵର କଳାନିକେତନର କଳାକାର ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ନିତ୍ୟାନନ୍ଦ ସାହୁ, ଦିଲ୍ଲୀପ କୁମାର ରାଉତ,ଶରତ କୁମାର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Govt
Leave A Reply