ଆଜି ହେଉଛି ମାର୍ଗଶୀର ପୂର୍ଣିମା ଓ ଗୁରୁବାର, ଆଜିର ଦିନରେ ଭଗବାନ ବିଷ୍ଣୁ ଓ ଲକ୍ଷ୍ମୀଙ୍କ ସହିତ ଦତ୍ତାତ୍ରୟ ଙ୍କୁ ମିଳିତ ଭାବରେ ପୂଜା କରିବା ଦ୍ୱାରା ଘରକୁ ଆସିଥାଏ ସୁଖ ସମୃଦ୍ଧି
ହିନ୍ଦୁ ଧର୍ମରେ ମାର୍ଗଶିର ପୂର୍ଣିମାର ର ଅତ୍ୟଧିକ ମହତ୍ୱ ରହିଛି l ପୂର୍ଣିମା ତିଥିରେ ମା ଲକ୍ଷ୍ମୀ ଓ ବିଷ୍ଣୁ ଙ୍କ ସହିତ ଦତ୍ତାତ୍ରୟ ଙ୍କୁ ମଧ୍ୟ ବିଶେଷ ଭାବରେ ରହିଥାଏ l ଚଳିତ ଥର ଡିସେମ୍ବର ୮ତାରିଖ ଦିନ ପୂର୍ଣିମା ଅନୁଷ୍ଠିତ ହେବ l ଏପରି ସ୍ଥିତିରେ ଜ୍ୟୋତିଷ ଶାସ୍ତ୍ର ବିତ ମାନେ ଆଜିର ଦିନଟି କୁ ଖୁବ ଗୁରୁତ୍ୱ ଦେଇ ଥାଆନ୍ତି l
ଆଜିର ଦିନରେ କରନ୍ତୁ ଏଭଳି କାର୍ଯ୍ୟ -:
– ଜୀବନ ରେ ସଫଳତା ପାଇବା ପାଇଁ ମାର୍ଗଶିର ପୁର୍ଣିମା ଦିନ ଚନ୍ଦ୍ର ଦେବ ଙ୍କୁ କଞ୍ଚା ଦୁଗ୍ଧ , ଗୁଡ ଓ ଚାଉଳ ମିଶାଇ ‘ ଓଂ ଏଁ କ୍ଳିଙ୍ଗ ସୋମାୟ ନମଃ ‘ ମନ୍ତ୍ରଟିକୁ ଜପ କରି ଅର୍ଘ୍ୟ ଦିଅନ୍ତୁ l ଏହାଦ୍ୱାରା ଚାକିରୀ ଓ ବ୍ୟବସାୟ ରେ ସଫଳତା ମିଳିଥାଏ l
– ମାର୍ଗଶିର ମାସ ଗୁରୁବାର ଦିନ ପୂର୍ଣମୀ ଦିନ ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଓ ଧନ ଲାଭ ପାଇଁ ଆଜିର ଦିନରେ ଲକ୍ଷ୍ମୀଙ୍କୁ ଘିଅର ଦୀପ ଅର୍ପଣ କରିବା ଜରୁରୀ l ଏହାଛଡା ଲକ୍ଷ୍ମୀଙ୍କ ସ୍ତୋତ୍ର ପାଠ କରନ୍ତୁ l ଆଜିର ଦିନରେ ଫଳ ଆହାର କରିବା ଆବଶ୍ୟକ l
– ଘରର ସୁଖ ସମୃଦ୍ଧି ପାଇଁ ମାର୍ଗଶିର ପୁର୍ଣିମା ଦିନ ସକାଳୁ ପୂଜା କରିବା ସମୟରେ ମା ଲକ୍ଷ୍ମୀଙ୍କ ନିକଟରେ କଉଡ଼ି ଅର୍ପଣ କରନ୍ତୁ l ଏହି କଉଡ଼ି ରେ ହଳଦୀ ଲଗାଇ ଅର୍ପଣ କରିବା ସମୟରେ କନକଧାରା ସ୍ତୋତ୍ର ପାଠ କରନ୍ତୁ l ଏହାଦ୍ୱାରା ଘରକୁ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l
– ଅଟକି ଥିବା କାର୍ଯ୍ୟକୁ ସମ୍ପନ୍ନ କରିବା ପାଇଁ ମାର୍ଗଶୀର ପୂର୍ଣିମା ଦିନ ସନ୍ଧ୍ୟା ସମୟରେ ବିଷ୍ଣୁ ଓ ଲକ୍ଷ୍ମୀଙ୍କୁ ମିଳିତ ଭାବରେ ପୂଜା କରିବା ଉଚିତ l ଏହାଛଡା କର୍ପୁର ଆଳତୀ ନିହାତି କରିବା ଜରୁରୀ l ଏହାଦ୍ୱାରା ଅଟକି ଥିବା ସମସ୍ତ କାର୍ଯ୍ୟ ସହଜରେ ହୋଇ ଯାଇଥାଏ l
– ପୌରାଣିକ କଥା ଅନୁସାରେ ମାର୍ଗଶିର ପୁର୍ଣିମା ଦିନ ଦତ୍ତାତ୍ରୟ ଙ୍କୁ ବିଶେଷ ପୂଜା କରାଯାଇ ଥାଏ l କାହିଁକି ନା ଆଜିର ଦିନରେ ଭଗବାନ ଦତ୍ତାତ୍ରୟ ଙ୍କ ଜନ୍ମ ହୋଇଥିଲା l ଭଗବାନ ଦତ୍ତାତ୍ରୟ ହେଉଛନ୍ତି ବ୍ରହ୍ମ ବିଷ୍ଣୁ ଓ ମହେଶ୍ୱର ଙ୍କ ମିଳିତ ଅଂଶ ଅଟନ୍ତି l ମାନ୍ୟତା ରହିଛି ଯେ ଯଦି ଆଜିର ଦିନରେ ଦତ୍ତାତ୍ରୟ ଙ୍କୁ ପୂଜା କରାଯାଇଛି ଯେ ଏହାଦ୍ୱାରା ତ୍ରିଦେବ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ l