ବେତନଟୀ : ବୈଶିଙ୍ଗା ଥାନା ଅଧୀନ ଗଡଦେଉଳିଆ ଛକ ନିକଟବର୍ତ୍ତୀ ୧୮ନଂ ଜାତୀୟ ରାଜପଥ ଉପରେ ଆସୁଥିବା ଏକ ଟ୍ରଲର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଟାୟାର ମରାମତି ଦୋକାନ ଉପରେ ମାଡିଯିବା ସହ ଓଲଟି ଯାଇଥିବାର ଦେଖାଯାଇଥିଲା ଏବଂ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଥିଲେ ଦୋକାନୀ ଏବଂ ଟ୍ରକ ଚାଳକ । ସୂଚନାଯୋଗ୍ୟ ଆଜି ଅପରାହ୍ନ ସମୟରେ ଏନଏଲ- ୦୧ଏ-ଏସି୦୬୧୨ ନମ୍ବର ବିଶିଷ୍ଟ ଏକ କୋଇଲା ଗୁଣ୍ଡ ବୋଝେଇ ଟ୍ରଲରଟି ବିହାରରୁ ବିଶାଖାପାଟଣା ଯାଉଥିବା ସମୟରେ ଗଡଦେଉଳିଆ ଛକ ନିକଟରେ ପହଞ୍ଚି ଥିବା ବେଳେ ଭାରସାମ୍ୟ ହରାଇ ରାଜପଥ ପାର୍ଶ୍ଵରେ ଥିବା ଏକ ଟାୟାର ମରାମତି ଦୋକାନ ଉପରେ ମାଡିଯିବା ସହ ଓଲଟି ପଡିଥିଲା। ଦୁର୍ଘଟଣାରେ ଟ୍ରଲର ଚାଳକ ଏବଂ ଦୋକାନୀ ଉଭୟ ବର୍ତ୍ତି ଯାଇଥିଲେ। ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଆସିଥିବା ଜଣାଯାଇଛି।
