Odisha news

ନିଆଁ ଲାଗି ଜଳିଗଲା ୩ ଭରଣ ଧାନ

0

ବୁଗୁଡ଼ା : ତା ୩୦/୧୧/୨୨ : ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମ ନିକଟସ୍ଥ ମୋହିଦଣ୍ଡା ଠାରେ ଜନୈକ ଚାଷୀଙ୍କ ଖଳାରେ ଥିବା ୩ ଭରଣ ଧାନ ନିଆଁ ଲାଗି ପୋଡି ଯାଇଥିବା ଜଣାଯାଇଛି  । ଗୋଲିଆ ପଞ୍ଚାୟତ ଅନ୍ତର୍ଗତ ବାଦୁଆ ଗ୍ରାମର ଚାଷୀ ଚକ୍ରପାଣି ବେହେରା ଧାନ କାଟି ଅମଳ କରି ନିଜ ଖଳାରେ ରଖିଥିଲେ । ଆଜି ଅପରାହ୍ନରେ କୌଣସି କାରଣରୁ ସେଥିରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳୁଥିଲା । ଖବର ପାଇ ବୁଗୁଡ଼ା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ  । ଉକ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସାହାଯ୍ଯ ଯୋଗାଇଦେବା ପାଇଁ ଦାବି ହେଉଛି ।

Govt
Leave A Reply