ତାଳଚେର ତା ୩୦/୧୧ ଆଠମଲ୍ଲୀକ ବିଧାୟକ ରମେଶଚନ୍ଦ୍ର ସାଏ ବିଧାନ ସଭାରେ ତାଳଚେର ନିର୍ମାଣଧିନ ମେଡ଼ିକାଲ କଲେଜ କେବେ ଚାଲିବ ବୋଲି ପ୍ରଶ୍ନତୋର କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହାର ଉତରରେ ଏହି ମେଡ଼ିକାଲ ୨୦୨୫-୨୬ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଘୋଷଣା ପରେ ସମଗ୍ର ତାଳଚେର ସମତେ ଏହାର ଆଖାପାଖ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜ୍ୟ ସରକାର ଅନ୍ୟ ଜିଲ୍ଳା ଗୁଡ଼ିକରେ ମେଡ଼ିକାଲ କଲେଜ ଖୋଲୁଥିବା ପରିପ୍ରେକ୍ଷୀରେ ତାଳଚେର ଅଂଚଳରୁ ପ୍ରଚୁର ରାଜସ୍ୱ ରାଜ୍ୟ ତହବିଲ୍କୁ ଯାଉଥିଲେ ମଧ୍ୟ ତାଳଚେର ମଡ଼େିକାଲ କଲେଜ ପାଇଁ ଟାଲଟୁଳି ନୀତି ଅବଲମ୍ବନ କାହିଁକି ବୋଲି ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ? ଏହାକୁ ନେଇ ଆଜି କ୍ରିୟାନୁଷ୍ଠାନ କମିଟିର ଏକ ଜରୁରୀ ବୈଠକ ସ୍ଥାନୀୟ ପ୍ରେସ୍ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ତାଳଚେରରେ ସରକାରୀ ପରିଚାଳନାରେ ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ ନେଇ ଗତ ଜୁଲାଇ ୨୨ ତାରିଖ ହୋଇଥିବା ରାଜ୍ୟ ସରକାରଙ୍କର ଉଚ୍ଚ ସ୍ତରୀୟ ବୈଠକର ନିଷ୍ପତି ଉପରେ ଆଲୋଚନା ହୋଇଥିଲା । ଆସନ୍ତା ୨୦୨୩ ଜାନୁଆରୀ ପହିଲାରୁ ରୋଗୀ ସେବା ଓ ମେଡିକାଲ୍ କଲେଜ୍ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ସରକାରୀ ସ୍ତରରେ ଯୋଜନା ପ୍ରସ୍ତୁତ ହୋଇଥିଲା । କିନ୍ତୁ ଗତ ତା୨୯/୧୧/୨୦୨୨ ରିଖରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତର ଦେଇଛନ୍ତି ଯେ, ତାଳଚେରରେ ନିର୍ମାଣ ହୋଇଥିବା ମହାନଦୀ ଇନିଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଏଣ୍ଡ ରିସର୍ଚ (ମିମ୍ସାର) ରେ ନାମ ଲେଖା ନିକଟ ଭବିଷ୍ୟତରେ ହେବାର ସମ୍ଭାବନା ନାହିଁ । ଏହି ମେଡିକାଲ୍ କଲେଜ୍ କୁ ୨୦୨୫-୨୬ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ ଧର୍ଯ୍ୟ କରାଯାଇଛି ବୋଲି କହିଥିଲେ । ଏହାର ପ୍ରତିକ୍ରିୟାରେ ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ଘୋର ବିରୋଧ ସହିତ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ ଏବଂ ଆମ୍ଭ ଅନୁଗୋଳ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ପ୍ରତି ଘୋର କୁଠାରଘାତ କରାଯାଉଛି ବୋଲି ସମସ୍ତ ସଦସ୍ୟ ମତ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଯଦି ପୂର୍ବ ନିର୍ଦ୍ଧାରିତ ଜାନୁଆରୀ ମାସ ସୁଦ୍ଧା ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ କରାନଯାଏ ତେବେ କ୍ରିୟାନୁଷ୍ଠାନ କମିଟି ତରଫରୁ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଷ୍ପତି ହୋଇଛି । ଆଜିର ଏହି ବୈଠକରେ ଆବାହକ ପଦ୍ମଚରଣ ସାମଲ, ଅଭୟ ପାଣି, ଦୁର୍ଗାଚରଣ ସାହୁ, ଗଗନ କୁମାର ଦାସ, ଶ୍ରୀକାନ୍ତ କୁମାର ପାଣି, ବିନୋଦ ଲାଲ୍, ବାଉରୀବନ୍ଧୁ ବେଜ, ସୁକାନ୍ତ କୁମାର ଦାସ, ରଂଜିତ୍ କୁମାର ମହାପାତ୍ର, ହରେକୃଷ୍ଣ ଜେନା, କେଶବ ଭୂତିଆ, ବିଭୁତି ଭୂଷଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।