ଲିଭର ମଧ୍ୟ ହାର୍ଟ ଭଳି ଶରୀରର ଗୋଟିଏ ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ଯଦି ଲିଭର ଡ୍ୟାମେଜ୍ ହୋଇଯାଏ ତେବେ ଜୀବନ ପ୍ରତି ମଧ୍ୟ ବିପଦ ଆସିଥାଏ । ଲିଭର ଡ୍ୟାମେଜ୍ ହେବା ଦ୍ବାରା ପାଚନ ତନ୍ତ୍ର ପ୍ରଭାବିତ ହୋଇଥାଏ । ଲିଭର ଆମ ଶରୀରରୁ ଖରାପ୍ ଟକ୍ସିନ କୁ ବାହାର କରିବାରେ ସାହାଯ୍ୟ କରିଥାଏ ଓ ପ୍ରୋଟିନ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ । ଲିଭର ରେ ଯଦି କିଛି ସମସ୍ୟା ଦେଖା ଦେଇଥାଏ ତେବେ ଭୋକ ଲାଗେ ନାହିଁ ଏବଂ ଦୁର୍ବଳ ଲାଗିଥାଏ । ତେଣୁ କିଛି ଟା ଶାରିରୀକ ସମସ୍ୟା ଦେଖା ଦେଲେ ଆପଣ ଏହାକୁ ଲିଭର
ଡ୍ୟାମେଜ୍ ର ସଂକେତ ଭାବି ଥାଉ ।
ଆସନ୍ତୁ ଆଜି ଜାଣିବା ଏହାର ପ୍ରାରମ୍ଭିକ ଲକ୍ଷଣ ଓ କାରଣ :-
– ଶରୀର ବ୍ୟସ୍ତ ଲାଗି ବାନ୍ତି ଲାଗିଥାଏ :
ଆମେ ଅନେକ ସମୟରେ ଦେହ ବ୍ୟସ୍ତ ଲାଗି ବାନ୍ତି ଲାଗିବା ସମସ୍ୟା କୁ ଆମେ ଗ୍ୟାସ୍ ଭାବି ଏଡାଇ ଯାଇଥାଏ କିମ୍ବା ଏହା କୁ ଖୁବ୍ ସହଜ ରେ ନେଇଥାଉ । ଏହା ହେବାର କାରଣ ହେଲା ଆମ ବ୍ଲଡ଼ ରୁ ଠିକ୍ ଭାବରେ ଟକ୍ସିନ ବାହାରି ପାରି ନଥାଏ ଯେଉଁ କାରଣରୁ ଏଭଳି ଦେହ ବ୍ୟସ୍ତ ଲାଗି ବାନ୍ତି ଲାଗିଥାଏ । ଲୀଭାର୍ ଖରାପ୍ ହେବା ଦ୍ଵାରା ମଳ ପତଳା ହୋଇଥାଏ ଓ ଖାଦ୍ୟ ଠିକ୍ ଭାବରେ ହଜମ ହୋଇ ନଥାଏ ।
– ପରିସ୍ରା ରଙ୍ଗ ରେ ପରିବର୍ତ୍ତନ :
ଯେତେବେଳେ ଲୀଭର୍ ଖରାପ୍ ହେବା ଆରମ୍ଭ କରିଥାଏ ସେତେବେଳେ ବିଲିରୁବିନ କେମିକାଲ କୁ ଭାଙ୍ଗି ପାରି ନଥାଏ । ଯେଉଁ କାରଣରୁ ଏହାର ଲେବୁଲ୍ ଲୀଭାର ରେ ବଢ଼ିବାକୁ ଲାଗିଥାଏ , ଲିଭର ଖରାପ୍ ହେବା ଦ୍ଵାରା ପରିସ୍ରାର ରଙ୍ଗରେ ପରିବର୍ତ୍ତନ ହୋଇ ଗାଢ଼ ହଳଦିଆ ରଙ୍ଗ ହୋଇ ପରିସ୍ରା ଫେଣ ଯୁକ୍ତ ହୋଇଥାଏ ।
– ଖାଦ୍ୟ ହଜମ ନହୋଇ ଗ୍ୟାସ୍ ସମସ୍ୟା ଦେଖା ଯାଏ :
ଖାଦ୍ୟ ହଜମ ନହେବାର ଗୋଟିଏ କାରଣ ହେଉଛି ଲିଭର ସମସ୍ୟା । ଯଦି ଖାଦ୍ୟ ହଜମ ହେଉ ନାହିଁ ନିୟମିତ ଗ୍ୟାସ୍ ସମସ୍ୟା ଉପୁଜିବା ଗୋଟିଏ କାରଣ ଅଟେ । ଏହି ସମୟରେ ଗ୍ୟାସ୍ ହେବା ସହ ପେଟ ଫୁଲି ରହିଥାଏ । ତେଣୁ ଏହାକୁ ଠିକ୍ ରେ ନିଅନ୍ତୁ ନାହିଁ ।