Odisha news

ଠାକୁରମୁଣ୍ଡ। ଅଞ୍ଚଳକୁ ଫେରିଲେ ପୁଣି ୨୬ ଟିକିଆ ହାତୀ ପଲ

0
 ଠାକୁରମୁଣ୍ଡ।- ୧୮/୧୧/: କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜର ବୋରିଂ ଜଙ୍ଗଲକୁ ଗତକାଲି ବିଳମ୍ବିତ ରାତିରେ ୨୬ଟିକିଆ ହାତୀପଲ  ଆସିଥିବା ଜଣାପଡିଛି । କେନ୍ଦୁଝର ଜିଲ୍ଲାର ପାଟଣା ରେଞ୍ଜ ଅଞ୍ଚଳରୁ ବୈତରଣୀ ନଦୀ ପାର ହୋଇ ଏବେ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବନାଞ୍ଚଳ ବୋରିଂ ଗ୍ରାମ୍ୟ ଜଙ୍ଗଲରେ ଡେରା ପକାଇ ଥିବା ବନବିଭାଗ ପକ୍ଷରୁ   ଜଣାପଡିଛି ।ହାତୀପଲ ଆସି ଏହି ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ  କରିଥିବା ଜଣାପଡ଼ିଛି ।ହାତୀପଲ ବୋରିଂ ଗ୍ରାମର ରବି ନାଏକ ଓ ରାଘବ ନାଏକ ଙ୍କ ବ୍ୟାପକ ଧାନ ଖାଇ ନଷ୍ଟ କରିଥିବା ବେଳେ ନିକଟ ଜଙ୍ଗଲରେ ଡେରା ପକାଇ ଥିବାରୁ ଆଖ ପାଖ ୧୦ରୁ ଉର୍ଦ୍ଧ୍ବ ଗ୍ରାମରେ ଲୋକମାନେ ଏବେ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡିଛି ।
Nalco
Leave A Reply