କୋଣାର୍କ-ଚନ୍ଦ୍ରଭାଗା ସମୁଦ୍ର କୂଳରେ ମେରାଇନ ଥାନା ପୋଲିସ, ଉପକୂଳ ତଟରକ୍ଷୀ ବାହିନୀ ଓ ସିଭିଲ ଡିଫେନ୍ସ ମିଳିତ ଆନୁକୁଲ୍ୟରେ ଆୟୋଜିତ ଉପକୂଳ ସମରାଭ୍ଯାସରେ ଦୁଇଜଣ ଅନୁପ୍ରବେଶକାରୀ ପୋଲିସ ହାତରେ ଧରାପଡିଛନ୍ତି। ମଙ୍ଗଳବାର ଚନ୍ଦ୍ରଭାଗା ସମୁଦ୍ର ଉପକୂଳରୁ ଏକ ମାଛଧାରା ବୋଟରେ ସମୁଦ୍ର ଭିତରକୁ ପୁଲିସ ଫୋର୍ସ ଯାଇ ସମୁଦ୍ରରେ ସନ୍ଦେହଜନକ ଭାବେ ପାଇଁତର ମାରୁଥିବା ଦୁଇ ଯୁବକ ଆତଙ୍କ ସୃଷ୍ଟି କରିବା ପୂର୍ବରୁ ପୋଲିସ କାବୁ କରିବାରେ ସକ୍ଷମ ହୋଇଛି। ପୁଲିସ ଉକ୍ତ ଯୁବକ ଦ୍ବୟଙ୍କୁ ପଚାରାଉଚୁରା କରିବା ପରେ ଜଣା ପଡିଥିଲା ସେମାନେ ଛଦ୍ମବେଶୀ ଆତଙ୍କବାଦୀ I ତାଙ୍କ ବ୍ୟାଗରୁ ପରିଚୟ ପତ୍ର ଏବଂ ନକଲି ବୋମା ପ୍ୟାକେଟ ମିଳିଥିଲା I ଏହି ଦୁଇ ଜଣ ଯୁବକ ପାରାଦ୍ୱୀପରୁ ବୋଟରେ ସମୁଦ୍ର ପଥରେ ଦେଇ ଆସିଥିଲେ I ଉପକୂଳରେ ପହଂଚି ଆକ୍ରମଣ ଯୋଜନା ସଫଳ କରିବା ପୂର୍ବରୁ ମେରାଇନ ପୁଲିସ ହାତରେ ଧରାପଡ଼ିଥିଲେ I ଏହା ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ପୋଲିସର ସାମୁହିକ ସମରାଭ୍ଯାସ। ଏହି ମକଡ୍ରିଲରେ ନକଲି ଆତଙ୍କବାଦୀ ନାଭଲର ସି ଏମ ମାଧବ ଓ ସୁଦାମ ଚନ୍ଦ୍ର ଦାସ ଦ୍ବୟ ମେରାଇନ ଥାନା ପୁଲିସ ହାତରେ ଧରାପଡିଥିଲେ I ଏହି ଦୁଇ ଜଣ ସୂର୍ଯ୍ୟମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଚନ୍ଦ୍ରଭାଗା ଉପକୁଳରୁ ପୁଲିସ କାବୁ କରିନେଇଥିଲା I ସମରଭ୍ୟାସ ସି ଭିଜିଲର ପ୍ରଥମ ଦିନରେ କୋଣାର୍କ, ରାମଚଣ୍ଡୀ ଓ ସାମୁଦ୍ରିକ ଥାନା ପୁଲିସ ସାମିଲ ହୋଇ ଚନ୍ଦ୍ରଭାଗା ବେଳାଭୂମି, ସୂର୍ଯ୍ୟମନ୍ଦିର ମୁଖ୍ୟ ଦ୍ୱାରରେ ଜଗି ରହିଥିଲେ I ଆତଙ୍କବାଦୀ ଅନୁପ୍ରବେଶକାରୀ ମାନଙ୍କୁ ରୋକିବା ପାଇଁ ଏହି ଦୁଇ ଦିନିଆ ଉପକୂଳ ସମରାଭ୍ଯାସ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ମେରାଇନ ଥାନା ପୋଲିସ, ତଟରକ୍ଷୀ ବାହିନୀ ଓ ସିଭିଲ ଡିଫେନ୍ସର ଅଧିକାରୀ ମାନେ ପରିଚାଳନା କରିଥିଲେ।
