ବର୍ତ୍ତମାନ୍ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ନବମ ମାସ ଚାଲିଛି । ଏହି ମାସ ଟିର ନାମ ହେଉଛି ମାର୍ଗଶିର ମାସ । ପୁରାଣ ଅନୁସାରେ ମାର୍ଗଶିର ମାସ ହେଉଛି ମାସ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ମାସ ଭାବରେ ପରିଚିତ । ମାର୍ଗଶିର ମାସରେ ସୂର୍ଯ୍ୟ ପୂଜାର ବିଶେଷ ମହତ୍ତ୍ଵ ରହିଛି । ଏହା ଲକ୍ଷ୍ମୀଙ୍କ ମାସ ହୋଇଥିଲେ ମଧ୍ୟ ଶ୍ରୀକୃଷ୍ଣ ନାମର ବିଶେଷ ଭାବରେ ଜପ କରାଯାଇ ଥାଏ ।
ଶାସ୍ତ୍ର ଅନୁସାରେ ମାର୍ଗଶିର ମାସରେ କୃଷ୍ଣ ନାମ ଜପର ଖୁବ୍ ମହତ୍ତ୍ଵ ରହିଛି । କାହିଁକି ନା ସ୍ଵୟଂ ଶ୍ରୀକୃଷ୍ଣ କହିଛନ୍ତି ଯେ ମାର୍ଗଶିର ମାସ ତାଙ୍କର ସ୍ୱରୂପ ଅଟେ । ଏହି ମାସରେ କରାଯାଇ ଥିବା ଧର୍ମ କର୍ମ ଦ୍ଵାରା ଜୀବନ ରେ ସକାରାତ୍ମକ ଶକ୍ତି ର ଆଗମନ ହୋଇଥାଏ ।
– ଏହି ଋତୁରେ ଶୀତ ର ଆଗମନ ହୋଇଥାଏ । ଏହି ମାସରେ ସୂର୍ଯ୍ୟ ପୂଜନ ଦ୍ଵାରା ଜୀବନ ରେ ଦୁଃଖ କଷ୍ଟ ଦୂର ହୋଇଥାଏ । ଏହାଛଡା ଶୀତ ର ଆଗମନ କାରଣରୁ ମଧ୍ୟ ଶରୀର କୁ ଭିଟାମିନ ଡି ମିଳିଥାଏ ।
– ମାର୍ଗଶିର ମାସରେ ଶଙ୍ଖ ପୂଜା ର ବିଶେଷ ମହତ୍ତ୍ଵ ରହିଛି । କାହିଁକି ନା ଶଙ୍ଖ ପୂଜନ ଦ୍ଵାରା ଜୀବନ ରେ ସୁଖ ର ଆଗମନ ହୋଇଥାଏ । ଏହାଛଡା ମାର୍ଗଶିର ମାସରେ ଲକ୍ଷ୍ମୀ ଙ୍କ ପାଇଁ ମଧ୍ୟ ଶଙ୍ଖ ପୂଜନ କରାଯାଇ ଥାଏ ।
– ମାନ୍ୟତା ରହିଛି ଯେ ମାର୍ଗଶିର ମାସରେ ଶଙ୍ଖ ପୂଜନ କରିବା ଦ୍ୱାରା ସନ୍ତାନ ମାନେ ଦୀର୍ଘାୟୁ ହୋଇ ଥାଆନ୍ତି ଓ ସକଳ ଖରାପ୍ ପ୍ରଭାବ ରୁ ଦୂରେଇ ରହି ଥାଆନ୍ତି ।
– ମାର୍ଗଶିର ମାସରେ ଶଙ୍ଖ ପୂଜନ ସମୟରେ ଏହି ମନ୍ତ୍ର ଜପ କରିବା ଆବଶ୍ୟକ ।
” ତ୍ଵଂ ପୁରା ସାଗରୋତ୍ପନେ ବିଷ୍ଣୁନା ବିଧୃତ କରେ । “
” ନିର୍ମିତ ସର୍ବ ଦେବୈଶ୍ଚ ପାଞ୍ଚ ଜନ୍ୟ ନମୋ ସ୍ତୁତେ । “
ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ଜୀବନ ଦୁଃଖ ରୋଗ ଠାରୁ ଦୂରେଇ ରହିଥାଏ । ମାର୍ଗଶିର ମାସର ଶଙ୍ଖ ପୂଜା କରିବାର ଏହା ହେଉଛି ବିଶେଷତ୍ଵ ।