Odisha news

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଜ୍ଞାନ ପ୍ରସାରଣ କାର୍ଯକ୍ରମ

0

ବାରିପଦା : ଜାତୀୟ ଶିକ୍ଷା ଦିବସ ପାଳନ ଉପଲକ୍ଷେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗର ପୂରାତନ ଛାତ୍ର ସଂଗଠନ (ନଉଜା)ଆନୁକୂଲ୍ୟରେ ଲକ୍ଷ୍ମୀପୋଷି କେନ୍ଦ୍ରୀୟ ବିଦ୍ୟାଳୟର ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ବିଜ୍ଞାନ ପ୍ରସାରଣ କାର୍ଯକ୍ରମ ଉକ୍ତ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରୀୟ ବିଦ୍ୟାଳୟର ୪୯ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟର ଶିକ୍ଷୟତ୍ରୀ ସ୍ମିତା ମହାନ୍ତ ଏବଂ ଶିକ୍ଷକ ପିକେ ମହାପାତ୍ରଙ୍କ ସହ ବିଭାଗର ବିଭିନ୍ନ ଗବେଷଣାଗାର, ସଂଗ୍ରହାଳୟ ପରିଦର୍ଶନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦିଗ୍ଦର୍ଶନ ପାଇଁ ଏକ ସଭାରେ ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟ ଡଃ ପୁଷ୍ପାଞ୍ଜଳି ପରିଡା ଅଧ୍ୟକ୍ଷତା କରିଥିଲେ । ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର୍ ପିକେ ଶତପଥୀ, ସଭାର ମୁଖ୍ୟଅତିଥି ଭାବରେ ଉପସ୍ଥିତ ରହିଥିଲେ । ମେରୁଦଣ୍ଡୀ ଏବଂ ଅମେରୁଦଣ୍ଡୀଜୀବ ମାନଙ୍କ ବିଷୟରେ ଅଧ୍ୟାପିକା ଡଃ କୁକୁ ମହାପାତ୍ର ଏକ ଉପସ୍ଥାପନା ରଖିଥିଲେ । ନଉଜାର ସଭାପତି ଡଃ ଗାର୍ଗୀ ମହାନ୍ତି ପୂରାତନ ଛାତ୍ର ସଂଗଠନ ତରଫରୁ ଏକ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ଆୟୋଜିତ କରିଥିଲେ ।

Leave A Reply