Odisha news

ଛତ୍ରପୁର ଠାରେ ଜାତୀୟ ଆଇନ ସେବା ଦିବସ ପାଳିତ

0

ଛତ୍ରପୁର ୦୯/୧୧ ; ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି । ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ମନୋରଞ୍ଜନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜେଏମଏଫସି ଜୁଏଲ ପଟ୍ଟନାୟକ, ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, କୋଷାଧ୍ୟକ୍ଷ ସମୀର କୁମାର ପାଣିଗ୍ରାହୀ, କାର୍ଯ୍ୟକାରୀ ସଭ୍ୟ କେ. କମଳ ଲୋଚନ ଦାସ, ସରକାରୀ ଓକିଲ ମନୋଜ କୁମାର ପାଢୀ, ଓକିଲ ବ୍ରଜ ମୋହନ ଆଚାର୍ଯ୍ୟ ଓ ରାମକୃଷ୍ଣ ଦାଶ ଯୋଗ ଦେଇ ନିଜ ନିଜ ବକ୍ତବ୍ୟରେ ଜାତୀୟ ଆଇନ ସେବା ଦିବସ ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ଓକିଲ ସଂଘର ପୂର୍ବତନ ସଭାପତି ରାମଚନ୍ଦ୍ର ବେହେରା, ସରକାରୀ ଓକିଲ ଡମିନାଥ ସାହୁ, ପ୍ରଦୀପ ପାତ. ଭୈରବ କୁମାର ପଟ୍ଟନାୟକ, କାଳି ପ୍ରସାଦ ଦାଶ, ମନୋଜ କୁମାର ବେହେରା, ଚୈତନ୍ୟ ପ୍ରଧାନ, କୃଷ୍ଣ ବେହେରା, ପି. ଧର୍ମା ରେଡ୍ଡୀ, ବି. ସୁଦାମ, ସୁଶାନ୍ତ କୁମାର ପଟ୍ଟନାୟକ ଓ ଅନାମ ପ୍ରଧାନଙ୍କ ସମେତ ବହୁ ସଂଘର ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ଥିଲେ ।

Nalco
Leave A Reply